ସୁଦ କୂଳ ସମାଜର ଶୁଭ ଖୁଣ୍ଟି ସ୍ଥାପନ ସହ ଭୂମି ପୂଜନ ଉତ୍ସବ : ତିନି ଦିନ ଧରି ଆୟୋଜନ ପାଇଁ ନିଷ୍ପତି 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ବିଶିପଡ଼ା ପଞ୍ଚାୟତ ବିଶିପଡ଼ା ଲଙ୍କା ପୋଡି ଯାତ୍ରା ପଡିଆରେ ସୁଦ କୂଳ ସମାଜର ଚାରିଗଡ଼ ମିଳିତ ମହାସଭା ପାଇଁ ଦକ୍ଷିଣାଞ୍ଚଳ ଜିଲ୍ଲା ପଞ୍ଚ କୋଷ, ଚଉଦ କୋଷ, ହଦଗଡ଼, ବାରକୋଷଙ୍କ ମିଳିତ ବୈଠକ ପାଇଁ ଭୂମି ପୂଜନ ସହ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଜିଲ୍ଲା ସଭାପତି ଉଦ୍ଧବ ବିଶୋଇ, ସମ୍ପାଦକ ଶଶୀ ଭୂଷଣ ବିଶୋଇ, ବାରକୋଷ ସଭାପତି ସମୀର ବିଶୋଇ, ପଞ୍ଚ କୋଷ ଜିଲ୍ଲା ବୋର୍ଡ଼ ସଦସ୍ୟ ଭିକାରି ଭୁକ୍ତା, ସତ୍ୟ ନାରାୟଣ ଭୁକ୍ତା, ଚଉଦ କୋଷ ସଭାପତି ଅରୁଣ ନାୟକ, ସମ୍ପାଦକ ଅଜିତ କୁମାର ନାୟକ, ହଦଗଡ଼ କେନ୍ଦ୍ର ବିପ୍ର ବିଶୋଇ, ବ୍ରହ୍ମାନନ୍ଦ ମହାଳିକଙ୍କ ସହ ପରିଚାଳନା କମିଟି ସଭାପତି ଘାସିରାମ ଦେହୁରୀ, ସମ୍ପାଦକ ରାମ କୃଷ୍ଣ ବିଶୋଇ, ଉପସଭାପତି ଉଦ୍ଧବ ବିଶୋଇ, ଓ ଚାରି କେନ୍ଦ୍ର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଆଗାମୀ ୧୧, ୧୨ ଓ ୧୩ ତିନି ଦିନ ଧରି ଚାରି ଗଡ଼ ବୈଠକ ରହିଥିବା ବେଳେ ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ନିଶା ନିବାରଣ ଓ ସାମାଜିକ ସମସ୍ୟା ଉପରେ ଆଲୋଚନା ରହିଥିବା ଜିଲ୍ଲା ସଭାପତି ଉଦ୍ଧବ ବିଶୋଇ ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ