ସ୍ଵଚ୍ଛତା ଅଭିଯାନ ବ୍ୟାଟେରୀ ଚାଳିତ ରିକ୍ସାର ଶୁଭ ଉଦଘାଟନ…

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ଠାରେ ରବିବାର ବିଶ୍ଵ ପରିବେଶ ଦିବସ ଅବସରରେ ସ୍ଵଚ୍ଛତା ଅଭିଯାନ ବ୍ୟାଟେରୀ ଚାଳିତ ଅଳିଆ ବୁହା ରିକ୍ସାର ଶୁଭ ଉଦଘାଟନ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ରାୟଗଡ଼ ପଞ୍ଚାୟତର ସବୁ ୱାର୍ଡ଼ ସ୍ଵଚ୍ଛତା ଓ ପରିଛନ୍ନତା ରଖିବା ପାଇଁ ପଞ୍ଚାୟତ ପକ୍ଷରୁ ଏକ ପଦକ୍ଷେପ ଗ୍ରହଣ କରାଯାଇଛି l ପଞ୍ଚାୟତର ୧୪ ଟି ୱାର୍ଡ଼ର ପ୍ରାୟ ୭୬୨ ପରିବାରକୁ ଅଳିଆ ଆବର୍ଜନା ରଖିବା ପାଇଁ ଏକ ଡ଼ଷ୍ଟବିନ୍ ବଣ୍ଟାଯିବା ସହିତ ପ୍ରତି ଛକ ରେ ଡ଼ଷ୍ଟବିନ୍ ରଖାଯିବ I ଏହାସହିତ ଓଦା ଓ ଶୁଖିଲା ଅଳିଆ ଆବର୍ଜନାକୁ ପୃଥକ ପୃଥକ ଭାବେ ସଂଗ୍ରହ ପାଇଁ ଏକ  ବ୍ୟାଟେରୀ ଚାଳିତ ରିକ୍ସା ପ୍ରତି ସାହିରେ ବୁଲିବ ଏଥିପାଇଁ ପ୍ରତି ଘର ପିଛା ମାସିକ ୩୦ ଟଙ୍କା ସଂଗ୍ରହ କରାଯିବ ବୋଲି ପିଇଓ ରାସ ବିହାରୀ ପାତ୍ର କହିଛନ୍ତି l ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଉପାଧକ୍ଷ ଜ୍ୟୋତି ପ୍ରସାଦ ପାଣି, ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ, ସାଂସଦ ପ୍ରତିନିଧି ତଥା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ସରପଞ୍ଚ ସୁଷମା ଶବରଙ୍କ ସମେତ ୱାର୍ଡ଼ ସଭ୍ୟ, ସଭ୍ୟା ମିସନ୍ ଶକ୍ତି ଓ ମହେନ୍ଦ୍ର ତନୟା ଛତୁଆ ପ୍ରସ୍ତୁତି କେନ୍ଦ୍ରର ମହିଳା ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ