ସମିତି ସଭ୍ୟରୁ ରାଜ୍ୟ ମନ୍ତ୍ରୀମଣ୍ଡଳ ରେ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ସମିତି ସଭ୍ୟରୁ ରାଜ୍ୟ ମନ୍ତ୍ରୀମଣ୍ଡଳ ରେ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ । ରାଜନୀତିରେ ଆଦିବାସୀ ମହିଳା ବାସନ୍ତି ହେମ୍ବ୍ରମଙ୍କ ସଫଳତାର ଯାତ୍ରା ଯୁବ ନେତା ଙ୍କୁ ନିଶ୍ଚିନ୍ତ ପ୍ରେରଣା ଯୋଗାଇବ । ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳ ରେ ରାଷ୍ଟ୍ର ମନ୍ତ୍ରୀ( ସ୍ୱାଧୀନ )ଭାବେ ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ବାସନ୍ତି ଙ୍କୁ ମିଳିଛି । କିନ୍ତୁ ତାଙ୍କର ଏହି ସଫଳ ରାଜନୈତିକ ଯାତ୍ରା ଏତେ ସହଜ ନଥିଲା । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜନ୍ମିତ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାୟିକା ଶ୍ରୀମତୀ ବାସନ୍ତି ହେମ୍ବ୍ରମଙ୍କ ସଫଳତା ପଛରେ ରହିଛି ପୂର୍ବତନ ମନ୍ତ୍ରୀ ତଥା ତାଙ୍କ ଶଶୁର ସ୍ୱର୍ଗତ ରଘୁନାଥ ହେମ୍ବ୍ରମଙ୍କ ପ୍ରଚ୍ଛନ ପ୍ରେରଣା ଓ ଦିଗଦର୍ଶନ । ଜେପି କଲେଜ ସିହିଡିହା, ସୁନ୍ଦରଗଡ଼ ରୁ ୨00୧ ରେ ସ୍ନାତକ ପାସ କରିଥିବା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ସର୍ବପ୍ରଥମେ ସମିିତି ସଭ୍ୟ ଭାବେ ନିର୍ବାଚିତ ହେବା ପରେ ଶ୍ରୀମତି ହେମ୍ବ୍ରମ ୨୦୦୨ ଏବଂ ୨୦୦୭ରେ ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ ଲୋକଙ୍କ ସମର୍ଥନ ତାଙ୍କ ସହ ଥିବା ସୂଚାଇ ଦେଇଥିଲେ । ଶ୍ୱଶୁର ଙ୍କ ଜନ ପ୍ରିୟତା ସମସ୍ତ ବର୍ଗର ଲୋକଙ୍କ ସହିତ ମିଶିବାର ଅଦ୍ଭୁତ କୌଶଳ ହିଁ ତାଙ୍କ ସଫଳତା ର ମୂଳମନ୍ତ୍ର । ୨୦୦୯ରେ କରଞ୍ଜିଆ ବିଧାନସଭା ଆସନ ରୁ ବିଜେଡିରୁ ଆଶାୟୀ ବିଧାୟିକା ପ୍ରାର୍ଥୀ ଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା । ପରେ ସେ ସମାଜବାଦୀ ପାର୍ଟିରୁ କରଞ୍ଜିଆରୁ ବିଧାୟିକା ପ୍ରାର୍ଥୀ ଭାବେ ଲଢି ହାରି ଯାଇଥିଲେ । ୨୦୧୨ ରେ ସ୍ୱାଧୀନ ଜିଲ୍ଲା ପରିଷଦ ସଭ୍ୟ ଭାବେ ଠିଆ ହୋଇ ହାରିଥିଲେ । ପରେ ସେ ପୁଣି ବିଜେଡିରେ ମିଶିବା ପରେ ତାଙ୍କୁ ମୟୁରଭଞ୍ଜ ଜିଲ୍ଲା ଆଦିବାସୀ ଉନ୍ନୟମ ପରିଷଦ ଉପାଧ୍ୟକ୍ଷା ଭାବେ ନିଯୁକ୍ତ କରିଥିଲେ ରାଜ୍ୟ ସରକାର । ଆଉ ୨୦୧୯ରେ ବିଜେଡି ଟିକେଟ ରେ ନିର୍ବାଚନ ଲଢି ପ୍ରଥମ ଥର ଭାବେ ବିଧାୟକ ହୋଇଥିଲେ । ଜିଲ୍ଲାର ସଙ୍ଗଠନ ସୁଦୃଢ କରିବା ରେ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ବିଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି କୁ ସଫଳତା ସ୍ୱାଦ ଚଖେଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିବା ବାସନ୍ତିଙ୍କୁ ଆଜି ଏତେ ବଡ ପଦବୀ ମିଳିପାରିଛି । ତାଙ୍କ ଶଶୁର ଙ୍କ ପରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀରୁ ସେ ଦ୍ୱିତୀୟ ବିଧାୟକ ଯିଏ ରାଜ୍ୟ ମନ୍ତ୍ରୀମଣ୍ଡଳ ରେ ସ୍ଥାନ ପାଇଛନ୍ତି ଓ ପ୍ରଥମ ମହିଳା ମଧ୍ୟ । ବହୁ ପୂର୍ବରୁ ତାଙ୍କୁ ସୁଯୋଗ ମିଳିବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ