ରା. ଉଦୟଗିରି ବ୍ଲକରେ ପରିବହନ ବିଭାଗର କ୍ୟାମ୍ପ କେବେ ?

ରା. ଉଦୟଗିରି ,କେନ୍ଦ୍ର ସରକାରଙ୍କ ନୂତନ ମଟର ଯାନ ଆଇନ ଲାଗୁ ହେବା ପରେ ବିଭିନ୍ନ ସମୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ତେବେ ସେହି ଉତ୍ତେଜନା ମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ଏକ ଘୋଷଣା କରାଗଲାଜେ ତିନି ମାସ ସମୟ ମଧ୍ୟରେ ମଟର ଚାଳକ ମାନଙ୍କର ଯାହାର ଯାହା କାଗଜ ପତ୍ର ଆବଶ୍ୟକ ତାହା ତୁରନ୍ତ କରିବା ପାଇଁ ନିର୍ଦ୍ଦେଶ ନାମା ଜାରି କରାଗଲା। କାହାର ଡ୍ରାଏଭିଂ ପ୍ରମାଣ ପତ୍ର ନାହିଁ ତ ଆଉ କାହାର ଫିଟନେସ, ପଲ୍ୟୁସନ୍ ଓ ଏଁସୁରେଂଶ ଇତ୍ୟାଦିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ନାମା କରାଗଲା। ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ପରିସ୍ଥିତି କିଛି ମାତ୍ରାରେ ଶାନ୍ତ ପଡିଥିଲା। ପୁଣି କିଛି ଦିନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଗଲାଜେ ପ୍ରତି ବ୍ଲକ ଓ ପଞ୍ଚାୟତ ସ୍ତରରେ ପରିବହନ ବିଭାଗର କ୍ୟାମ୍ପ ଖୋଲାଯାଇ ଲୋକଙ୍କ ସୁବିଧା ପାଇଁ ଆବଶ୍ୟକୀୟ କାଗଜ ପତ୍ର କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଗଲା। ତେବେ ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକରେ ଏହା ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଥିବା ଚର୍ଚ୍ଚା ଜୋର୍ ଧରିଛି। ସେପଟେ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରେ ପରିବହନ ବିଭାଗର କ୍ୟାମ୍ପ ମାନ କରାଯାଇ ମଟର ଯାନ ଚାଳକ ମାନଙ୍କର ଆବଶ୍ୟକ କାଗଜ ପତ୍ର ତିଆରି ହେଉଥିବା ବେଳେ ରା. ଉଦୟଗିରି ବ୍ଲକରେ ପରିବହନ ବିଭାଗ କ୍ୟାମ୍ପର ବାସ୍ନା ମଧ୍ୟ ବାରି ହେଉନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି। ଏବଂ ଏହି ଘଟଣାକୁ ନେଇ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନର ମଧ୍ୟ ଆଶଙ୍କା ରହିଛି। ସେପଟେ ଘଟଣା ସମ୍ପର୍କରେ ଆମ ପ୍ରତିନିଧିଙ୍କ ପାଖରେ କିଛି ଅଭିଯୋଗ ପହଞ୍ଚିବା ପରେ ଘଟଣା ନେଇ ଆମ ପ୍ରତିନିଧି ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ନାୟକ ଙ୍କ ସହ ଯୋଗାଯୋଗ କରିବାରେ ସେ ଅଳ୍ପ ଦିନ ମଧ୍ୟରେ ବ୍ଲକରେ ପରିବହନ ବିଭାଗର କ୍ୟାମ୍ପ ବସିବ ଏବଂ ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା କରିବି ବୋଲି ପ୍ରକାଶ କରିଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ପହିଲାରୁ ମଟର ଯାନର ନିୟମ କଡ଼ା କଡ଼ି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ନାମା ଥିବା ବେଳେ ତେବେ ଏହି ବ୍ଲକ ରେ କେବେ ପରିବହନ କ୍ୟାମ୍ପ ସ୍ଥାପନା ହେଉଛି ଏବଂ ଲୋକେ କେବେ ତାର ସୁବିଧା ସୁଯୋଗ ପାଇଛନ୍ତି ତାକୁ ହି ଅପେକ୍ଷା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ