ଆଜି ସଂସଦରେ ଉଠିବ ଦିଲ୍ଲୀ ବାୟୁପ୍ରଦୁଷଣ ପ୍ରସଙ୍ଗ

ଦିଲ୍ଲୀ-ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ ଏଥିପାଇଁ ବିରୋଧୀ ଦଳମାନେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।ମଙ୍ଗଳବାର ଦ୍ୱିତୀୟ ଦିବସ ଥିବାରୁ ଦେଶରେ ପ୍ରମୁଖ ଚର୍ଚ୍ଚା ପାଲଟିଥିବା ଦିଲ୍ଲୀ ପ୍ରଦୁଷଣ ଉପରେ ଆଜି ସଂସଦରେ ଆଲୋଚନା ହେବବୋଲି ଜଣାପଡିଛି । ପ୍ରଦୁଷଣ ଉପରେ ହେବାକୁ ଆଲୋଚନାରେ ସବୁ ବିରୋଧୀ ଦଳ ମାନେ ଭାବ ନେବେ ବୋଲି ସୂଚନା ମିଳିଛି । ଗୋଟିଏ ପଟେ ଜନତା ପ୍ରଦୂଷଣରେ ଷଢ଼ୁଛନ୍ତି ଅପରପଟେ ରାଜନେତାମାନଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପର ଚାଲୁରହିଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ସୋମବାରଦିନ ସ୍ପଷ୍ଟ କରିଛନ୍ତି କି ଏବେ ରାଜଧାନୀରେ ଅଡ-ଇଭିନର ଆବଶ୍ୟକତା ନାହିଁ। ସେ ଦିଲ୍ଲୀର ଲୋକଙ୍କୁ ଆଶ୍ୱସ୍ତି ଦେଇ କହିଛନ୍ତି କି ଏବେ ବାୟୁମଣ୍ଡଳ କିଛିମାତ୍ରାରେ ସଫା ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ