ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଯାଜପୁର (ସନ୍ଦୀପ୍ତ ରାୟ) :-ବିପର୍ଯ୍ୟୟ ସମୟରେ ଜିରୋ କାଜୁଆଲିଟି ବା ଶୁନ୍ୟ କ୍ଷୟକ୍ଷତି ଲକ୍ଷ ନେଇ ପ୍ରତି ବର୍ଷ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରି-ଚାଳନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରାକ୍ ପ୍ରସ୍ତୁତି ବୈଠକ ବିଭିନ୍ନ ସ୍ତରରେ ଆୟୋଜନ କରା ଯାଇଥାଏ । ମାନବ ଜୀବନ ସମ୍ବଳ ସୁରକ୍ଷା ନିମନ୍ତେ ସରକାରଙ୍କ ଆଭିମୁଖ୍ୟ ବେଶ ସ୍ପଷ୍ଟ । ଚଳିତ ବର୍ଷ ମଧ୍ୟ ଏହାର ସଫଳ ରୂପାୟନ ନିମନ୍ତେ ତଥା ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଆହ୍ୱାନ କରା ଯାଇଥିଲା । ବୁଧ-ବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଅଧ୍ୟକ୍ଷତା କରି କହିଲେ ଯେ ଦୁର୍ବିପାକ ସମୟରେ ଧନ ଜୀବନ ସୁରକ୍ଷା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ । ଏଣୁ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ଓ କର୍ମଚାରୀମାନେ ଏ ଦିଗରେ ଯତ୍ନବାନ ହେବା ସହିତ ବିପର୍ଯ୍ୟୟ ସମୟରେ ଜିରୋ କାଜୁଆଲିଟି ଉପରେ ଧ୍ୟାନ ଦେବା ଆବଶ୍ୟକ । ଏହି ପ୍ରାକ ପ୍ରସ୍ତୁତି ବୈଠକ ପୂର୍ବରୁ ଗତ ତା ୪.୬.୨୨ ରିଖରେ ଜିଲ୍ଲାର ସମସ୍ତ ବି.ଡି.ଓ ଏବଂ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କୁ ନେଇ ଏକ ଆଭାସି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଜରୁରୀ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କାଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇ ଜନ ସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆସନ୍ତା ତା ୧୮.୬.୨୨ ରିଖରେ ଜିଲ୍ଲା ସଦର ମହକୁମା ଏବଂ ପ୍ରତ୍ୟେକ ବ୍ଲକ ସ୍ତରରେ ଟେବୁଲ ଟପ୍ ଏ୍କ୍ସରସାଇଜ୍ ଓ ତା ୧୯.୬.୨୨ ରିଖରେ ଯାଜପୁର ଜିଲ୍ଲାରେ ଥିବା ୨୬ ଗୋଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ମକ୍ ଡ୍ରିଲ୍ ପାଳନ କରାଯିବ । ଆଜିର ଏହି ପ୍ରାକ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅଗ୍ନିଶ୍ରମ ଅଧିକାରୀ, ଓସଡମାର ଜିଲ୍ଲା ସଂଯୋଜକ, ଏନ.ଏଚ,.ଏମ ର ସହକାରୀ ମ୍ୟାନେଜର, ସମସ୍ତ ପଞ୍ଚୟାତ ସଂପ୍ରସାରଣ ଅଧିକାରୀ, ସମସ୍ତ ନୋଡାଲ୍ ଏନଜିଓ ର କର୍ମକର୍ତ୍ତା, ଓ ୨୬ ଗୋଟି ଏମ.ଏଫ.ଏସ ର ସଭାପତି ତଥା ସରପଂଚ ଓ ସମ୍ପାଦକମାନେ ଯୋଗ ଦେଇଥିଲେ ।