ୟୁଥ ସ୍ପୋର୍ଟସ ଆଥଲେଟିକ ଓ ଖୋଖୋ ଏକାଡେମୀ ପକ୍ଷରୁ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ୟୁଥ ସ୍ପୋର୍ଟସ ଆଥଲେଟିକ ଓ ଖୋଖୋ ଏକାଡେମୀ ପକ୍ଷରୁ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଏକ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ବରିଷ୍ଠ ପୋଲିସ ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି କେନ୍ଦ୍ରାପଡାର କ୍ରୀଡାବୀତଙ୍କ ଉତ୍ତରୋତ୍ତୋର ଉନ୍ନତି ଓ ଶିବିରର ସଫଳତା କାମନା କରିଥିଲେ । ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସୟଦ ଇମତିୟାଜ ଅଲ୍ଲୀ ଯୋଗଦେଇ ଯୁବ କ୍ରୀଡାବୀତମାନେ ସଫଳାତର ସହ ପ୍ରଶିକ୍ଷଣ ନେଇ ଭବିଷ୍ୟତରେ ଜଣେ ଜଣେ ସଫଳ କ୍ରୀଡାବିତ ଭାବେ ଆମ ଅଞ୍ଚଳ ତଥା ଜିଲ୍ଲାର ସୁନାମ ଆଣିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେକ ଅସଲାମ, ମୀର ଅମିରୁଦ୍ଦିନ, ନସିରୁଦ୍ଦିନ, କଲିମ ଖାନ, ଟେନିସବଲ କ୍ରୀକେଟ ଆସୋସିଏସନର ସମ୍ପାଦକ ଜ୍ୟୋତିର୍ମୟ ଦାସ, କ୍ରୀଡା ପ୍ରଶିକ୍ଷକ ଦେବେନ୍ଦ୍ର ସାହୁ, ସଶ୍ମିତା ପଣ୍ଡା, ମନୋଜ ସାହୁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ୯ଦିନ ଧରି ଚାଲିବାକୁ ଥିବା ଏହି ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରରେ ୫୦ଜଣ କ୍ରୀଡାବିତ ଯୋଗଦେଇଥିବା ବେଳେ ସେମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ମୁଖ୍ୟ କୋଚ ସେକ ସୈାକତ ଖାନ୍‌, ସେକ ଆବାସ, ବଦ୍ରୀନାରାୟଣ ପତି ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନଙ୍କୁ କ୍ରୀଡାର ଭିନ୍ନ ଭିନ୍ନ କୈାଶଳ ଓ ବିଭିନ୍ନ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ । ଏହି ଶିବିରରେ ପ୍ରତ୍ୟେହ ସକାଳ ଓ ସନ୍ଧ୍ୟାରେ କ୍ରୀଡାବୀତମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଏକାଡେମୀ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ