ରାତ୍ରିକାଳୀନ ସ୍ଵଚ୍ଛତା ପରିଦର୍ଶନ କଲେ କାର୍ଯ୍ୟ ନିର୍ବାହି ଅଧିକାରୀ : ସ୍ଵଚ୍ଛ କର୍ମଚାରୀଙ୍କୁ କଲେ ଉଚ୍ଚ ପ୍ରଶଂସା
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଏସ୍ ରାକେଶ କୁମାର ପାତ୍ର ରାତିରେ ବେଲଗୁଣ୍ଠା ସହରର ସ୍ଵଚ୍ଛତା ପରିଦର୍ଶନ କରିବା ସହ ସ୍ଵଚ୍ଛ କର୍ମଚାରୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି I ଗତ କାଲି ରାତିରେ କାର୍ଯ୍ୟ ନୀର୍ବାହୀ ଅଧିକାରୀ ଶ୍ରୀ ପାତ୍ର ବେଲଗୁଣ୍ଠା ସହରର ସ୍ଵଚ୍ଛତା ପରଖିବା ପାଇଁ ଏନ୍ଏସି କର୍ମଚାରୀ ବାବୁଲା ଗୌଡ଼,ସାନିଟେସନ୍ ସୁପରଭାଇଜର ଶିବରାମ ଚୌଧୂରୀ, ମୁକ୍ତା ଏମ୍ପ୍ଲୟମେଣ୍ଟ ଏକ୍ସପର୍ଟ ମଙ୍ଗୁଳୁ ମୁନି,କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ଜେନା, ଟ୍ୟାକ୍ସ କଲେକ୍ଟର୍ ସନ୍ତୋଷ କୁମାର ପଣ୍ଡାଙ୍କ ସହ ସହର ସାରା ବୁଲି ବିଭିନ୍ନ ଗଳି ଏବଂ ବଜାରର ସ୍ଵଚ୍ଛତା ପରିଦର୍ଶନ କରିଥିଲେ I ସେହିପରି ଆଜି ସକାଳେ ମଧ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀ ପାତ୍ର ଉପରୋକ୍ତ କର୍ମଚାରୀଙ୍କ ସମେତ ଏନ୍ଏସି କର୍ମଚାରୀ ଗୟାଚାନ୍ଦ୍ ସାହୁ, ସ୍ଵଚ୍ଛସୁପରଭାଇଜରପାୟଲ୍ ମହାପାତ୍ରଙ୍କ ସହ ବିଭିନ୍ନ ସାହି ବୁଲି ଝାଡ଼ୁଦାର ମାନଙ୍କ କାର୍ଯ୍ୟ ଶୈଳୀ ଦେଖିବା ସହ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ I ଏହି ସମୟରେ ଶ୍ରୀ ପାତ୍ର ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁର ପୃଥକୀକରଣ ଉପରେ ଗୁରୁତ୍ୱ ଦେବା ସହ ଏହାପ୍ରତି ଅଧିକ ଯତ୍ନଶୀଳ ହେବା ପାଇଁ ସଫେଇ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ I ଆଗାମୀ ଦିନରେ ବେଲଗୁଣ୍ଠା ସହରକୁ ସମ୍ପୂର୍ଣ୍ଣ ସ୍ଵଚ୍ଛ ରଖିବା ପାଇଁ ବହୁ ଯୋଜନା ହାତକୁ ନିଆଯିବ ବୋଲି କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରି ପାତ୍ର ପ୍ରକାଶ କରିଛନ୍ତି I


