ବିଡ଼ିକାକୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କଲେ ଭଞ୍ଜନଗର ଉପଜିଲ୍ଲାପାଳ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-୨୫/୦୫/୨୦୨୨ରେ କଳିଙ୍ଗ ଘାଟିରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ଜଣ ମୃତ୍ୟବ୍ୟକ୍ତିଙ୍କୁ ବିଡ଼ିକା, ଭଞ୍ଜନଗର ଦ୍ୱାରା ଭଞ୍ଜନଗରରୁ ସୁଲତାନପୁର, ପଶ୍ଚିମବଙ୍ଗକୁ ସ୍ୱତନ୍ତ୍ର ବ୍ୟବସ୍ଥା କରି ସ୍ଥାନାନ୍ତର କରାଯାଇଥିଲା । ଏହି ଉତ୍କୃଷ୍ଟ ସାମାଜିକ ସେବା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ବିଡ଼ିକା, ଭଞ୍ଜନଗରକୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଡ଼ିକାର ସମସ୍ତ ସଦସ୍ୟବୃନ୍ଦ ଏବଂ ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ, ଭଞ୍ଜନଗର ବି.ଡ଼ି.ଓ. ଅନିଲ କୁମାର ସେଠୀ ସହ ଉପଖଣ୍ଡ ପ୍ରଶାସନର କର୍ମଚାରୀମାନଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।


