ହୃଦ୍ ଘାତରେ ସମାଜସେବୀଙ୍କ ମୃତ୍ୟୁ
ଜଗତସିଂହପୁର, (ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ମୁଳୁଗାଁ ପଞ୍ଚାୟତର ସିଙ୍ଗିରି ଗ୍ରାମର ବିଶିଷ୍ଟ ସମାଜସେବୀ ବାବାଜି ମହାନ୍ତି 63 ହୃଦ୍ ଘାତରେ ମୃତ୍ୟୁବରଣ କରିଛନ୍ତି।ଖବରରୁ ଜଣାଯାଏ ଶ୍ରୀଯୁକ୍ତ ମହାନ୍ତି ଗତ ରାତିରେ ଖାଇ ପିଇ ଶୋଇଥିଲେ । ହଠାତ୍ ରାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପଡୋଶୀଙ୍କ ସହଯୋଗରେ ତାଙ୍କୁ ସାଙ୍ଗେ ସାଙ୍ଗେ ଜଗତସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ମେଡିକାଲ ବାରଣ୍ଡାରେ ପହଞ୍ଚିବା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରକାଶ ଥାଉକି ତାଙ୍କର ପୁତ୍ର ଲିଙ୍ଗରାଜ ମହାନ୍ତି ସୁଦୁର ସୁରଟରେ ଜଣେ ପ୍ରସିଦ୍ଧ ଜିମ୍ ମାଷ୍ଟର ଅଟନ୍ତି । ପୁତ୍ରଙ୍କ ଅନୁପସ୍ତିତିରେ ମହାନ୍ତିଙ୍କ ପୁତୁରା ସଙ୍କରସଣ ରାଉତ ତାଙ୍କର ମୁଖାଗ୍ନି ଦେଇଥିଲେ । ତାଙ୍କର ମୃତ୍ୟୁ ଖବର ପାଇଁ ପୃର୍ବତନ ସରପଞ୍ଚ ପ୍ରାଣକୃଷ୍ଣ ପ୍ରଧାନ, କଂଗ୍ରେସ ଦଳର ବ୍ଲକ୍ ସଭାପତି ଗଙ୍ଗାଧର ଖଟୁଆ, ସ୍ଥାନୀୟ ସରପଞ୍ଚ ଦଧିବାମନ ମଲ୍ଲିକ, ଆଇନଜୀବୀ ହରିହର ଓଝା, ଶିକ୍ଷାବିତ୍ ମହେନ୍ଦ୍ର ରାଉତ, ଯୁବନେତା ଲଳିତ କୁମାର ରାଉତ ରାୟ ପ୍ରମୁଖ ଉପସ୍ଥିତ ହୋଇ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇ ଅମର ଆତ୍ମାର ସଦ୍ ଗତି କାମନା କରିଥିଲେ ।


