କେନ୍ଦ୍ର ଆଦିବାସୀ ଜନ ଜାତି ମନ୍ତ୍ରୀଙ୍କ ୨ ଦିନିଆ କଳାହାଣ୍ଡି ଗସ୍ତ
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-କେନ୍ଦ୍ର ଆଦିବାସୀ ଜନଜାତି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ସରକାର ଙ୍କ ଆକାଂକ୍ଷା ଜିଲ୍ଲା କଳାହାଣ୍ଡି କୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି । ଆଜି ବିମାନ ଯୋଗେ ଉତ୍କେଲା ବିମାନ ବନ୍ଦର ରେ ପହଞ୍ଚିବା ପରେ ଜିଲ୍ଲାର କେସିଙ୍ଗା ଆଦର୍ଶ କଲୋନୀ, ଟ୍ରାନ୍ସଫରରମେସନ ଯୋଜନା ରେ ହୋଇଥିବା କେସିଙ୍ଗା ଉଚ୍ଚ ବିଦ୍ୟାଳୟ, ହସ୍ପିଟାଲ ପରିଦର୍ଶନ କରିଥିଲେ । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।ମୋଦୀ ସରକାର ଙ୍କ ବିଭିନ୍ନ ଯୋଜନା ସଫଳ ଭାବରେ ରୂପାୟନ ହୋଇଥିବା କହିଥିଲେ ବି ରାଜ୍ୟ ସରକାର ଙ୍କ ବିରୁଦ୍ଧରେ କିଛି କହି ନ ଥିଲେ । ସାଂସଦ ବସନ୍ତ ପଣ୍ଡା ଙ୍କ ସମେତ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ । ଆସନ୍ତା କାଲି ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବା ସହ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିବେ କେନ୍ଦ୍ର ମନ୍ତ୍ରୀ ।