ନିର୍ମାଣ ଶ୍ରମିକ ସଂଘର ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ରଗିରି ଜୋନ୍ ଠାରେ ନିର୍ମାଣ ଶ୍ରମିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ଚନ୍ଦ୍ରଗିରି ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବିଷୋୟୀ ଯୋଗ ଦେଇଥିଲେ l ଆଗାମୀ ଦିନରେ ସଂଘର ଅନେକ ଗୁଡ଼ିକ କାର୍ଯ୍ୟ କୁ ଆଗକୁ ନେବା ପାଇଁ ମଧ୍ୟ ଆଲୋଚନା କରିଥିଲେ l ଶ୍ରମିକମାନଙ୍କ ମୁଖ୍ୟତଃ ବିଭିନ୍ନ ସମସ୍ୟାକୁନେଇ ଆଲୋଚନା କରିଥିବା ବେଳେ ଶ୍ରୀ ବିଷୋୟୀ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ | ଉପସ୍ଥିତ ଅନ୍ୟାନଯ ନିର୍ମାଣ ଶ୍ରମିକ ସଂଘର ନେତାମାନେ ନିଜ ନିଜର ଭରଣପୋଷଣ, ଦୈନନ୍ଦିନ ମଜୁରୀ ବା ପାଉଥିବା ପ୍ରାପ୍ୟ ଆଦି ସମ୍ପର୍କରେ କହିଥିବା ବେଳେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦୈନନ୍ଦିନ ମଜୁରୀ ଧାର୍ଯ୍ୟ ହେଲେ ବହୁ ଉପକୃତ ହୋଇପାରିଥାନ୍ତୁ ବୋଲି ଆଲୋଚନା କରିଥିଲେ I