ଦାରିଙ୍ଗବାଡି ରେ ଦୁଇଦିନିଆ ରଜ ମଉଜ ଉଦଯାପିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପଥପ୍ରାନ୍ତ ସେବା କେନ୍ଦ୍ର ଠାରେ ରଜମଉଜ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଆୟୋଜିତ ହେବା ପରେ ଉଦଯାପିତ ହୋଇଯାଇଛି l ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ପତିତପାବନ ରାଉତଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ଭାବେ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକ, ସମିତିସଭ୍ୟ କାଳୀ ପ୍ରସାଦ ମଲ୍ଲିକ, ବଣିକ ସଂଘ ର ରମେଶ ଚନ୍ଦ୍ର ସାହୁ, ସନ୍ତୋଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ |ଏଥିରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ପାରମ୍ପରିକ ଆଦିବାସୀ ନୃତ୍ୟ ସହ ଓଡିଶୀ, ମଙ୍ଗଳାଚରଣ ଆଦି ପରିବେଷଣ ହୋଇଥିଲା | ବିଡ଼ିଓ ଗଦାଧର ପାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ | ସେହିପରି ପ୍ରଥମ ଦିନରେ କୁନି କୁନି ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବାବେଳେ ପାରମ୍ପରିକ ଆଦିବାସୀ ନୃତ୍ୟ ଆଦି ପରିବେଷଣ ହୋଇଥିଲା | ଦର୍ଶକ ଏଥିରେ ଝୁମିଥିଲେ ସେହିପରି ଦ୍ଵିତୀୟଦିନ ରେ ମହିଳା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ବିଭିନ୍ନ ପ୍ରକାର ପିଠା, ମିଠା ପ୍ରସ୍ତୁତି ସହ ଝୁଟି କୁ ନେଇ ମହିଳା ମାନଙ୍କମଧ୍ୟରେ ପ୍ରତିଯୋଗିତା ଆୟୋଜନ କରାଯାଇ ଥିଲା | ସମସ୍ତ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଗୁରୁବାର ସନ୍ଧ୍ୟାରେ ମାନ ପତ୍ର ପ୍ରଦାନ ସହ ଅତିଥି ମାନଙ୍କ ଦ୍ୱରା ପୁରସ୍କୃତ କରାଯାଇଥିଲା | ଦୀର୍ଘ ବର୍ଷପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଦର୍ଶକ ଭିଡ ଜମାଇଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ