ଶିବ ନାରାୟଣ ସାହିତ୍ୟ ସଂସଦ ଇଞ୍ଚୋଳର ଅଷ୍ଟମ ବାର୍ଷିକ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ) :-ଆଞ୍ଚଳିକ ଭାଷାରେ ଭାବ ପ୍ରକାଶ କଲେ ସାହିତ୍ୟ ରୋମାଞ୍ଚ ଭରିବା ସହ ଆନନ୍ଦ ଦେଇଥାଏ ବୋଲି ଶିବ ନାରାୟଣ ସାହିତ୍ୟ ସଂସଦ ଇଞ୍ଚୋଳର ଅଷ୍ଟମ ବାର୍ଷିକ ଉତ୍ସବରେ ମୁଖ୍ୟ ବକ୍ତା ଭାବେ କଟକ ଜିଲ୍ଲା କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ , ଓଡିଆ ଧ୍ବନିତତ୍ତ୍ବ ଗବେଷକ ତଥା ଭାଷାବିତ୍ ଡା. ଦେବାଶିଷ ଜ୍ୟୋଷ୍ଠୀ ଯୋଗ ଦେଇଥିଇ ମତବ୍ୟକ୍ତ କରିଥିଲେ। ସାହିତ୍ୟ ଆମକୁ ବାଟ ଦେଖାଇଥାଏ ,ଓଡିଆ ଆମର ମା ତେଣୁ ଆମେ ସଦାସର୍ବଦା ଖାଣ୍ଟି ଓଡିଆ ଭାଷାର ପ୍ରଚଳନ କରିବା ଦରକାର ।ଆମେ ଖେଚୁଡି ଓଡିଆ କହି ଆମ ଭାଷାର ଅମର୍ୟ୍ୟାଦା କରିବା ନାହିଁ କି ଅର୍ଦ୍ଧ ଶିକ୍ଷିତର ପରିଚୟ ଦେବା ନାହିଁ ।ତେଣୁ ସାହିତ୍ୟ ସଂସଦ ଗୁଡିକ ଏଥିପ୍ରତି ବିଶେଷ ଯତ୍ନବାନ ହେଲେ ତେବେ ଯାଇ ଓଡିଆ ଭାଷା ସାହିତ୍ୟର ବିକାଶ ଘଟିବ  ।ମୁଖ୍ୟ ଅତିଥିଭାବେ ସ୍ତମ୍ବକାର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ଗ୍ରାମାଞ୍ଚଳରେ ସାହିତ୍ୟ ସଂସଦ ଅଧିକ ସୃଷ୍ଟି କରି ଭାଷା ସାହିତ୍ୟର ପ୍ରଚାର ପ୍ରସାର ଓ ଚର୍ଚ୍ଚା କଲେ ସାହିତ୍ୟର ସଙ୍କଟ ଦୂର ହୋଇପାରିବ ବୋଲି ମତ ଦେଇ ଥିଲେ ।ସଂସଦର ସଭାପତି ନୃସିଂହ ଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ସାହିତ୍ୟ ସକାରାତ୍ମକ ହେବା ସହ ଗଠନମୂଳକ ଓ ବାସ୍ତବଧର୍ମୀ ହେବା ଆବଶ୍ୟକବୋଲି ସେ ପ୍ରକାଶ  କରିଥିଲେ। ସମ୍ମାନୀତ ଅତିଥିଭାବେ ସଦ୍ୟ ଓଡିଶା ଲୋକସେବା ଆୟୋଗ ଅଧ୍ୟାପକ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଇଞ୍ଚୋଳର ପ୍ରଦୀପ କୁମାର ନାୟକ ଯୋଗଦେଇ ନିଜର ମନର ଅବ୍ୟକ୍ତ ଭାବନାକୁ ସମସ୍ତେ କାଗଜ କଲମରେ ଉତ୍ତାରିବା ସହ ଦୈନିକ କିଛି କିଛି  ଲେଖିବାକୁ ଆହ୍ବାନ କରିଥିଲେ । ସ୍ୱତନ୍ତ୍ର ଅତିଥିଭାବେ ଶିଶୁ ସାହିତ୍ୟିକ ରତ୍ନାକର ଦାସ ଯୋଗଦେଇ ଭାଷା ସାହିତ୍ୟର ଉନ୍ନତି ସକାଶେ ଆମ ପିଲାମାନଙ୍କୁ ଶୈଶବରୁ  ସାହିତ୍ୟମନଷ୍କ କରିବା ପାଇଁ ବିଭିନ୍ନ ଶିଶୁ ପତ୍ର ପତ୍ରିକା ପଠନ ପାଇଁ ଦେବା ଆବଶ୍ୟକ ବୋଲି କହିଥିଲେ ।ଏବଂ ଅନ୍ୟତମ ଅତିଥିଭାବେ  ଦୁଇ ପ୍ରାକ୍ତନ ବ୍ଲକ ଶିକ୍ଷାଧିକାରୀ ଶରତ ଚନ୍ଦ୍ର ରାଉତ ଓ ଚତୁର୍ଭୁଜ ପହି ଏବଂ କ୍ରୀଡା ଶିକ୍ଷକ ଧନେଶ୍ୱର ରାଉତ ପ୍ରମୁଖ ଯୋଗଦେଇ ଭାଷା ସାହିତ୍ୟର ବିକାଶ ପାଇଁ ନିୟମିତ ବ୍ୟବଧାନରେ କିଛି କିଛି କବିତା ପାଠ ଓ କର୍ମଶାଳା ଆୟୋଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଅନନ୍ତ ଚରଣ ମୁଦୁଲି ସ୍ୱାଗତଭାଷଣ ପ୍ରଦାନ କରିଥିବା ବେଳେ ନାରାୟଣ ଚନ୍ଦ୍ର ଲେଙ୍କା ସଂଯୋଜନା କରିଥିଲେ । ଏହି ଅବସରରେ ୮ ଜଣ ଯୁବ  ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପକ ଚନ୍ଦ୍ରଶେଖର ଦାସଙ୍କ ସୌଜନ୍ୟରୁ ପଦ୍ମାବତୀ ସ୍ଵାଇଁ ,ସୁଶ୍ରୀ ପ୍ରଜ୍ଞା ମହାପାତ୍ର ,ବିଶ୍ୱଜିତ ରାଉତ ଙ୍କୁ ଓ କ୍ରୀଡା ଶିକ୍ଷକ ଧନେଶ୍ୱର ରାଉତ ଙ୍କ ସୌଜନ୍ୟରୁ ସୁହାସିନୀ ପଟ୍ଟନାୟକ, ବିଶ୍ୱ ପେରେଇ , ଦୀପିକା ପେରେଇ, ଦେବବ୍ରତ ବାରିକ ,ସଚ୍ଚିଦାନନ୍ଦ ବେହେରା ପ୍ରମୁଖଙ୍କୁ ଅଙ୍ଗବସ୍ତ୍ର,ମାନପତ୍ର ଉପଢୌକନ ଓ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା ଚନ୍ଦନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମୁରଲୀଧର ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ନିରଞ୍ଜନ ନାୟକ ,ସୁଦାମ ଚରଣ ଜେନା,ଶ୍ରୀକାନ୍ତ ପଣ୍ଡା ,ସୋମନାଥ ମାଝୀ ଓ ଉମାମଣୀ ପଣ୍ଡା ପ୍ରମୁଖ ମାନପତ୍ର ପଠନ କରିଥିଲେ । ପ୍ରଥମ ଅଧିବେଶନରେ ହାସ୍ୟମୟୀ ରାଜ, ଅନ୍ତର୍ୟ୍ୟାମୀ ରାଉତ, କିର୍ତ୍ତନ ଚରଣ ନାୟକ ଓ ଦାଶରଥି ଜେନାଙ୍କ ସଂଯୋଜନାରେ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।ଏଥିରେ  ନରହରି ରାଉତ, ଚିନ୍ତାମଣୀ ଦାସ, ସରଳା ମହାପାତ୍ର, କଲ୍ୟାଣୀବାଳା ମୁଦୁଲି ,ବନମାଳୀ ଜେନା, ଅଭୟ ସାମଲ,ବାବନ ଚରଣ ବେହେରା, ଅଭିମନ୍ୟୁ ବସନ୍ତିଆ, ଶଙ୍ଖାଳି ଚରଣ ରାଉଳ, ସୁକାନ୍ତ କୁମାର ବେହେରା ସମେତ ଶତାଧିକ କବି ଓ କବୟତ୍ରୀ ଯୋଗଦେଇ ନିଜର ସ୍ୱରଚିତ କବିତା ଆବୃତ୍ତି କରିଥିଲେ ।  ଶେଷରେ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ବ୍ରଜ କିଶୋର ରାଉତ, ବିଜୟ ସାହୁ, ଉମାକାନ୍ତ ପଣ୍ଡା ଓ ହୃଦାନନ୍ଦ ମହାରଣା ଙ୍କ ସହ ସଂସଦର ସଦସ୍ୟ ସଦସ୍ୟା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ