ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି
ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ କାର୍ଯ୍ୟାଳୟ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ବିଚିତ୍ର କୁମାର କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜଗନ୍ନାଥ ମୁଣ୍ଡି, ହାଟଡିହି ତହସିଲଦାର ଦିଲ୍ଲିପ କୁମାର ସାହୁ, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ, ବ୍ଲକ ସହକାରୀଯନ୍ତ୍ରୀ ତପନ କୁମାର ପଲେଇ, ହଦଗଡ ରେଞ୍ଜର ସୁମିତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଆଗାମି ପ୍ରାକୃତିକ ବିପର୍ଯୟ ସମୟରେ ସମସ୍ତ ପ୍ରକାର ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷକରି ଧନଜୀବନ ହାନୀରୁ ଲୋକଙ୍କୁ ରକ୍ଷା କରିବା ସହିତ ଜିରୋ କାଜୁଆଲଟି ଉପରେ ଅଧିକାରୀମାନେ ଗୁରୁତ୍ୱ ଦେଇଥିଲେ । ପ୍ରାକୃତିକ ବପର୍ଯ୍ୟ ସମୟରେ ଲୋକମାନଙ୍କୁ ଉପଯୁକ୍ତ ସୁରକ୍ଷା ଓ ସହାୟତା ଯୋଗାଇଦେବା ନେଇ ଆଲୋଚନା ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ ସରସ୍ୱତୀ ସେଠୀ, ଅଗ୍ନିଶମ ଅଧିକାରୀ ସୂର୍ଯ୍ୟମଣୀ ନାୟକ, ବ୍ଲକ ସହକାରୀ କୃଷି ଅଦôକାରୀ ସୁମିତ କୁମାର ସେଠୀ, ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଉତ୍ସବ ଚନ୍ଦ୍ର ଜେନା, ଏନଡିଆରଏଫ ର ସବ ଇନସପେକ୍ଟର କମଳେନ୍ଦୁ ବାଗ, ବିଇଓ ଅଭୟ କୁମାର ବେହେରା, ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ରାଉତ, ବ୍ଲକ ପଶୁଚିକିତ୍ସା ଅଧିକାରୀ ରଶ୍ମୀ ରଞ୍ଜନ ନାୟକ, ବାତ୍ୟା ଆଶ୍ରୟସ୍ଥଳର ସମ୍ପାଦକ ପଦ୍ମନାଭ ମହାନ୍ତି, ସଭାପତି ରମାକାନ୍ତ ନାୟକ, ପିଇଓ ନରହରି ନାୟକ, ପିଇଓ ଶରତ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଆଗାମି ଦିନରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ କି କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ ।


