ଫେସବୁକ ମିଡ଼ିଆରେ ଦଳିତଙ୍କ ପ୍ରତି ବାରମ୍ବାର କଟୁ ମନ୍ତବ୍ୟ କୁ ପାଣ ସମାଜ ର ବିରୋଧ
ଫୁଲବାଣୀ, (ସୁନିଲ କୁମାର ବେହେରା) :-ସୋସିଆଲ ମିଡ଼ିଆ ରେ ସୁଶିଲ କୁମାର ହାଁସଦା ନାମକ ଜଣେ ଅସାମାଜିକ ବ୍ୟକ୍ତି ସିଧାସଳଖ ଦଳିତଙ୍କ ପ୍ରତି କଟୁ ମନ୍ତ୍ ବ୍ୟ ଦେବା ଓ ଏହାଭାଇରାଲ ହେବା ଫଳରେ ଦଳିତ ପାଣ ସମ୍ପ୍ରଦାୟ ଙ୍କ ସମ୍ମାନରେ ଆଞ୍ଚ ଆସିଥିବା ଦର୍ଶ। ଇ ଶନିବାର ସାଇବର ଥାନାରେ ଏତଲା ଦିଆଯାଇଛି । ଏହି ଭିଡ଼ିଓ ସଂପର୍କ ରେ ତଦନ୍ତ କରଯାଇ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫିରିଙ୍ଗିଆ ପାଣ ସମାଜ ସଭାପତି କୃଷ୍ଣଚନ୍ଦ୍ର ଦିଗାଲ, ସଂପାଦକ କୁଳମଣି ନା ଏକ ପ୍ରମୁଖ ଦାବୀ କରିଛନ୍ତି । ଏନେଇ ଆଜି ସେମାନେ ଫୁଲବାଣୀର ସାଇବର କ୍ରାଇମ ଓ ଇ6କ।ନାମିକ ଅଫେନ୍ସଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଭାପତି କୃଷ୍ଣ ଚନ୍ଦ୍ର ଦିଗାଲଲ କହିଛନ୍ତି ।


