ଖୋସାଲପୁର -ରାହାମା ସେତୁ ରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ର ଶୁଭାରମ୍ଭ କଲେ ପାରାଦ୍ୱୀପ ବିଧାୟକ
ଜଗତସିଂହପୁର, (ଅଭିଷେକ ତ୍ରିପାଠୀ ) :-ଜିଲ୍ଲା ର ବ୍ୟବସାୟୀ ମାନଙ୍କ ପେଣ୍ଠ ସ୍ଥଳୀ କୁହାଯାଉଥିବା ରାହାମା ବଜ଼ାର କମିଟି ପକ୍ଷରୁ ଶନିବାର ଅପରାହ୍ନ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସମ୍ବିତ ରାଉତରାୟ ମାନ୍ୟବର ବିଧାୟକ ପାରାଦ୍ୱୀପ ଓ ସମ୍ମାନିତ ଅତଥି ଭାବେ କୁଜଙ୍ଗ ପଞ୍ଚାୟତ ସମିତି ଅଧକ୍ଷା ନିନାରାଣୀ ସାହୁ ‘ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୌମ୍ୟଶ୍ରୀ ପାଣିଗ୍ରାହୀ ‘ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ରବିନାରାୟଣ ସାହୁ ତାଳପଡା ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ଲେଙ୍କା ‘ହଂସୁରା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ରବିନାରାୟଣ ଦାସ ଏବଂ ତାଳପଡା ସମିତି ସଭ୍ୟା ଶ୍ରୀମତୀ ତୃପ୍ତିମୟୀ ଚୌଧୁରୀ ଓ ବଜ଼ାର କମିଟିର ମେମ୍ବର ମାନେ ଉପସ୍ଥିତ ରହି କିଭଳି ଲୋକଙ୍କ ଵିଶ୍ଵାସ କୁ ନେଇ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରାଯିବ ଓ ସରକାର ଙ୍କ ଲୋକଙ୍କୁ ସରକାରୀ ସମସ୍ତ ସୁବିଧା ସୁଯୋଗ ଠିକ ଭାବରେ ପାଇବା ରେ ଯେଭଳି କିଛି ଅସୁବିଧା ନହୁଏ ଏଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ବିଧାୟକ ତାଙ୍କ ଅଭିଭାଷଣ ରେ କହିଥିଲେ ଓ ଏହା ସହ ବହୁଦିନରୁ ଦାବିହୋଇ ଆସୁଥିଵା ଖୋସାଲପୁର -ରାହାମା ସେତୁ ଉପରେ ଆଲୋକି କରଣ ବ୍ୟବସ୍ଥା ର ଶୁଭ ଉଦଘାଟନ କରାଯାଇଥିଲା |ଏହା ଦ୍ୱାରା ହଂସୁରା, କାଠକୋଟ, ଓ ଖୋସାଲ ପୁର ଆଦି ପଞ୍ଚାୟତ ର ଅନେକ ଗାଁ ଲୋକ ମାନେ ଉପକୃତ ହୋଇପାରିବେ ଏପରି କାର୍ଯ୍ୟପାଇଁ ଗ୍ରାମବାସିମାନେ ବିଧାୟକ ଙ୍କୁ ଧନ୍ୟବାଦ ଦେଇଛନ୍ତି ଓ ବିଧାୟକ ଚାହିଁଲେ ଅନେକ ଆଖି ଦୃଷ୍ଟିଆ କାର୍ଯ୍ୟ ହୋଇପାରିବ ବୋଲି ମନ୍ତବ୍ୟ ଦେଇଛନ୍ତି |


