ବିଧାୟକ ପ୍ରତିନିଧିଙ୍କ ବିଭିନ୍ନ କାର୍ଯ୍ୟ ତଦାରଖ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଙ୍କ ପ୍ରତିନିଧି ଇଞ୍ଜିନିୟର ପ୍ରୟାସ କାନ୍ତି ସାମଲ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଛନ୍ତି । ପ୍ରତିନିଧି ଶ୍ରୀଯୁକ୍ତ ସାମଲ ପ୍ରଥମେ ଭଣ୍ଡାରିପୋଖରୀ ବସଷ୍ଟାଣ୍ଡ ଠାରେ ପହଞ୍ଚି ରାଜପଥ ନିର୍ମାଣ କାର୍ଯ୍ୟରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ନିର୍ମାଣ କାର୍ଯ୍ୟରେ କିଛିଟା ତୃଟି ଥିବାରୁ ଏନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଶ୍ରୀ ସାମଲ ଏଵାଵଦରେ ନିର୍ମାଣ କାରି ସଂସ୍ଥା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏହାଛଡା ବ୍ଲକ ଛକ ବିଜୁ ବିହାର ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିବା ବେଳେ ଅନେକ ପଂଚାୟତ ପ୍ରତିନିଧି ମାନଙ୍କ ସହିତ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। ଏଥିରେ ସାଂସଦ ପ୍ରତିନିଧି ଲଳିତ କୁମାର ରାଉତ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସମିତି ସଭ୍ୟ ବିଷ୍ଣୁ ଚରଣ ଦାସ, ସତ୍ୟାନନ୍ଦ ମହାପାତ୍ର, ଦେବେନ୍ଦ୍ର ଦାସ, ହେମନ୍ତ ଜେନା, ଲକ୍ଷ୍ମୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


