ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ : ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ନାବାଳିକାଙ୍କ ପରିବାର ବର୍ଗ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଂଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ନେଇ ନାବାଳିକାଙ୍କ ବାପା ମା ଆଜି ନ୍ୟାୟ ପାଇଁ ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏସପିଙ୍କ ଅନୁପସ୍ଥିତିରେ ସେମାନେ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଗୁହାରି କରିଛନ୍ତି । ସମାଜରେ ଦିନକୁ ଦିନ ଦେହ ପିପାସୁ ଓ ରାକ୍ଷାସର ଶିକାର ହେଉଛନ୍ତି ଅନେକ ନାବାଳିକା । ଏଭଳି ଏକ ଘଟଣା ସାମୁଦ୍ରିକ ଥାନା ଅଂଚଳରେ ଘଟିଥିଲେ ମଧ୍ୟ ପୋଲିସ୍ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ଅସଫଳ ହୋଇଛି । ନାବାଳିକାର ପରିବାର ବର୍ଗ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ୍ ସେମାନଙ୍କ କଥାକୁ କର୍ଣ୍ଣପାତ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଯାହା ଫଳରେ ବାଧ୍ୟ ହୋଇ ଦୁଷ୍କର୍ମ ର ଶିକାର ହୋଇଥିବା ବାପା ମା ଗଞ୍ଜାମ ଏସପିଙ୍କ ଶିକାର ହୋଇଛନ୍ତି । ନାବାଳିକାଙ୍କ ମା କହିବା ଅନୁସାରେ ଗତ ମେ ୨୧ ତାରିଖ ଦିନ ନିଜ ଘରେ ବୃଦ୍ଧା ଶାଶୁ ଙ୍କ ପାଖରେ ଶୋଇଥିବା ୧୪ ବର୍ଷର ଝିଅକୁ ରାତ୍ର ସମୟରେ ସେହି ଗ୍ରାମର ପି. ମାଦେୟା ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ଏକଥା କାହାକୁ କହିଲେ ପୁଣି ଦୁଷ୍କର୍ମ କରି ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିବାର ଧମକ ଦେଇଛନ୍ତି ବୋଲି ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । କିନ୍ତୁ ଏହି କଥା ନାବାଳିକା ଜଣକ ମାଙ୍କୁ ଜଣାଇବା ପରେ ଆନ୍ଧ୍ର ପ୍ରଦେଶ ରେ କାର୍ଯ୍ୟରତ ଥିବା ମା ୨୪ ତାରିଖ ଦିନ ଗ୍ରାମକୁ ଆସି ଘଟଣା ସମ୍ପର୍କରେ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଜଣାଇବା ସହ ପି. ମାଦେୟାଙ୍କ ବିରୁଦ୍ଧରେ ଏତାଲା ଦେଇଥିଲେ । ପୋଲିସ୍ ଏନେଇ ୧୭/୨୨ ରେ ଏକ ମାମଲା ରୁଜୁ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି । ଘଟଣା ଘଟିବାର ଦୀର୍ଘ ୧ ମାସ ବିତଯାଇଥିଲେ ସୁଦ୍ଧା ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ୍ ବିଫଳ ହେଉଛି । ପୋଲିସ୍ ଜାଣିଶୁଣି ଅଭିଯୁକ୍ତ ଙ୍କୁ ସୁରକ୍ଷା ଦେଉଛି ବୋଲି ପରିବାର ବର୍ଗ ଅଭିଯୋଗ କରୁଛନ୍ତି । ନାବାଳିକାଙ୍କ ପରିବାର ବର୍ଗ ଅତ୍ୟନ୍ତ ଗରୀବ ଶ୍ରେଣୀର ଅଟନ୍ତି । ପରିବାର କହିଲେ ସ୍ୱାମୀ, ସ୍ତ୍ରୀ, ୨ ଟି ଝିଅ ଓ ଗୋଟାଏ ପୁଅ । ସ୍ୱାମୀ ଦିବ୍ୟାଙ୍ଗ ହୋଇଥିବାରୁ ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ସ୍ତ୍ରୀ ଆନ୍ଧ୍ର ପ୍ରଦେଶରେ ଦୈନିକ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଗୋଟାଏ ପଟେ ମା ବାପାଙ୍କ ଗୁଜୁରାଣ ମେଣ୍ଟାଇବା ପାଇଁ ଦୁଃଖ ଅନ୍ୟପଟେ ନାବାଳିକା ଝିଅର ଦୁଃଖ । ତେବେ ପୋଲିସ୍ ତୁରନ୍ତ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ୍ କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି । ଅନ୍ୟପଟେ ସାମୁଦ୍ରିକ ଥାନାରେ ୧୭ / ୨୨ ରେ ଏକ ମାମଲା ରୁଜୁ କରାଯାଇଛି । ଅତିଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ୍ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ