ବୁଗୁଡା ଅଦାଲତରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଜୁନ ୨୧ ତାରିଖ ଦିନ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ଜିଲ୍ଲା ଅଦାଲତଙ୍କ ନିର୍ଦ୍ଦେଶ ପ୍ରକାରେ ବୁଗୁଡା ଅଦାଲତର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅରୋଲିତି ପରିଚା ଙ୍କ ତତ୍ତ୍ୱାବଧାନରେ ବୁଗୁଡା ଅଦାଲତର ଓକିଲ ଓ କର୍ମଚାରୀଙ୍କ ଉପସ୍ଥିତରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ମାଜିଷ୍ଟ୍ରେଟଙ୍କ ସମେତ ଓକିଲ ଅମର କୁମାର ପଟ୍ଟନାୟକ, ସାଇ ସଂତୋଷିନୀ ପ୍ରଧାନ, ବିଭୁଦତ୍ତ ନାୟକ, ସୁଶାନ୍ତ କୁମାର ସେଠୀ, ପ୍ରକାଶ ଚନ୍ଦ୍ର ଭୂୟାଁ, ପ୍ରଭାତ କୁମାର ଜେନା ପ୍ରମୁଖଙ୍କ ସମେତ ଅଦାଲତ କର୍ମଚାରୀ ସନ୍ତୋଷ କୁମାର ମୁଦୁଲି, ଶ୍ରଦ୍ଧାଞ୍ଜଳୀ ସେଠୀ, ଭଗବାନ ଦଳେଇ, ଓ ଲକ୍ଷ୍ମୀ ଦେବୀ ଅଂଶ ଗ୍ରହଣ କରି ଯୋଗ ଅଭ୍ୟାସ କରିଥିଲେ ।