ଥାନାରେ ଅଭିଯୋଗ କରିବାକୁ ବାପକୁ ମାଡ ମାରିଲା ପୁଅ
ହାଟଡିହି, (ବିକାଶ ବିଶ୍ୱାଳ) :-ନନ୍ଦିପଦା ଥାନା ପନ୍ଦାଡୋ ଗ୍ରାମରେ ଜଣେ ପୁଅ ତାର ବାପାକୁ ନିର୍ଯ୍ୟାତନା ଦେଉଥିବା ନେଇ ବାପ ଥାନାରେ ଅଭିଯୋଗ କରିବାକୁ ପୁଅ ନିଜ ବାପ ସହିତ ପରିବାରର ଅନ୍ୟମାନଙ୍କୁ ମାଡ ମାରିବା ସହିତ ଘର ପୋଡିଦେବା ପାଇଁ ଧମକ ଦେଇଥିବା ବାପ ପୁନର୍ବାର ଥାନାରେ ଅଭିଯୋଗ କରିଛି । ବାପା ମାୟାଧର ଯେନା ଥାନାରେ କରିଥିବା ଅଭିଯୋଗ ଅନୁଯାଇ ସେ ଗତକାଲି ତାଙ୍କ ପୁଅ ଆନନ୍ଦଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଗତକାଲି ରାତିରେ ଆନନ୍ଦଙ୍କୁ ସାଥିରେ ନେଇ ଘରେ ଛାଡିବା ସହ ପୁଅକୁ ବୁଝାସୁଝା କରି ଆସିଥିଲେ । କିନ୍ତୁ ଆଜି ପୁଅ ମାୟାଧରଙ୍କୁ ପିଟାମରା କରିବା ସହିତ ଯିଏ ତାକୁ ଛଡାଇବାକୁ ଆସିଲା ସମସ୍ତଙ୍କୁ ମଧ୍ୟ ପିଟାମରା କରିଥିଲା । ଏପରିକି ମାୟାଧରଙ୍କ ଘର ଜାଳିଦେବ ବୋଲି ଧମକ ମଧ୍ୟ ଦେଇଛି । ତେଣୁ ପୁଅର ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ବାପ ମାୟାଧର ଆଜି ଥାନାରେ ଅଭିଯୋଗ କରିବା ସହିତ ତାକୁ ନ୍ୟାୟ ଦେବାପାଇଁ ପୁଲିସକୁ ଗୁହାରୀ କରୁଥିବା ଦେଖିବାକୁ ମିଳିଛି ।


