ବିଶ୍ଵାମିତ୍ର ମଠ ରୁ ଶ୍ରୀକ୍ଷେତ୍ର ଗଲା ଅଣସର ଫଳ ଭାର
ନିମାପଡ଼ା, (ସନ୍ତୋଷ ଦାଶ) :-ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମା ରେ ମହାସ୍ନାନ ହେତୁ ଜ୍ଵର ଗ୍ରସ୍ତ ହୋଇ ଶ୍ରୀ ମନ୍ଦିର ଅଣସର ପିଣ୍ଡିରେ ଜ୍ଵର ଉପଚାର ରେ ଅଛନ୍ତି । ଏହି ସମୟରେ ଠାକୁର ମାନଙ୍କ ନିକଟରେ କେବଳ ଫଳମୂଳ, ବିଭିନ୍ନ ଔଷଧି ଭୋଗ ଲାଗି କରାଯାଉଛି । ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଭୋଗ ଲାଗି ପାଇଁ ତାଙ୍କ ବନଯାଗ ଲୀଳା କ୍ଷେତ୍ର ପ୍ରାଚୀ ତଟ ରୁ ଆଜି ଅଣସର ନବମୀ ଅବସରରେ ପ୍ରାଚୀ ତଟ ର ସର୍ବପୁରାତନ ଋଷି ମଠ ବିଶ୍ଵାମିତ୍ର ମଠରୁ ମଙ୍ଗଳ ବାଦ୍ୟ, ମଙ୍ଗଳ ଧ୍ଵନୀ ,ଶ୍ରୀ ଗୀତ ଗୋବିନ୍ଦ ଗାୟନ, ନାମ ସଙ୍କୀର୍ତ୍ତନ ମଧ୍ୟରେ ବିଭିନ୍ନ ଫଳମୂଳ, ପୁଷ୍ପ, ତୁଳସୀ ପ୍ରଭୃତି ଏକ ଶଗଡ଼ ରେ ପଠାଯାଇଛି। । ପ୍ରାଚୀ ତଟ ର ଏହି ପୁରାଣ ବର୍ଣ୍ଣିତ ଅନନ୍ୟ ପରମ୍ପରା ଲୁଚି ହଜି ଯାଉଥିବା ଦେଖି ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ର ଆବାହକ ପଣ୍ଡିତ ତ୍ରିଲୋଚନ ମିଶ୍ର ୨୦୦୦ ମସିହାରୁ ଏହି ଦେବ ବିଧିକୁ ପୁନଃ ପ୍ରଚଳିତ କରିଛନ୍ତି । କିଛି ବର୍ଷ ହେବ ତାଙ୍କୁ ବିଶ୍ଵାମିତ୍ର ମଠ ସଂଚାଳକ ସନ୍ଥ ରାମ ପ୍ରିତ ଦାସ ସାହାଯ୍ୟ ସହଯୋଗ କରିଆସୁଛନ୍ତି । ଏଥିସହ ଏହି ମହତ କାର୍ଯ୍ୟ ରେ କଣିଆ ମହାବୀର ମନ୍ଦିର , ରାଧାକାନ୍ତ ମଠ କରଞ୍ଜପୁର, ଚାରିଛକ ପ୍ରେସ କ୍ଲବ୍ ସାମିଲି ହୋଇଛନ୍ତି । ପ୍ରେସ କ୍ଲବ୍ ର ଉପଦେଷ୍ଟା ଡଃ ସନ୍ତୋଷ କୁମାର ମିତ୍ର, ସଭାପତି ପ୍ରଫୁଲ୍ଲ କୁମାର କର, ସମ୍ପାଦକ ବସନ୍ତ କୁମାର ଦାସ ପ୍ରମୁଖ ସଦ୍ୟ ଫଳ ସମ୍ଭାର ଆଣି ଅଣସର ଫଳ ଭାର ରେ ସାମିଲି କରିଥିବାରୁ ସମସ୍ତେ ସ୍ବାଗତ କରିଛନ୍ତି ।ସନ୍ଥ ରାମ ପ୍ରୀତ ଦାସ ଙ୍କ ସହ ପରିଷଦ ସଭାପତି ପ୍ରଦୀପ୍ତ କୁମାର ସାହୁ, ମଠ ଭକ୍ତ ସମୂହ ଏହି କାର୍ଯ୍ୟକୁ ଯଥାବିଧି ପରିଚାଳନା କରିଛନ୍ତି । ଶ୍ରୀ କ୍ଷେତ୍ର ର ହାତୀ ଆଖଡ଼ା ମଠ ର ମହନ୍ତ ସୁଖ ରାମ ଦାସ ଜି ମହାରାଜା ଅଣସର ଫଳ ଭାର ଏଠାରୁ ଯାଇ ଶ୍ରୀ କ୍ଷେତ୍ର ରେ ପହଞ୍ଚିବାପରେ ଶ୍ରୀ ମନ୍ଦିର ରେ ପହଞ୍ଚାଇବାର ବ୍ୟବସ୍ଥା କରିଥିବା ପଣ୍ଡିତ ତ୍ରିଲୋଚନ ମିଶ୍ର କହିଛନ୍ତି ।


