ଶୁସାନ୍ତଙ୍କ ବିୟୋଗରେ ମୋହନା ସାମ୍ବାଦିକ ସଂଘର ଶୋକସଭା
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ କିଛି ମାସ ପୂର୍ବେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ନାରିଙ୍ଗି ଗ୍ରାମ ର ଶୁସାନ୍ତ ନାୟକଙ୍କ ବାଇକ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିବାରୁ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଜଂଳି ଅର୍ପଣ କରାଯିବା ସହ ତାଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ସମସ୍ତ ସାମ୍ବାଦିକ ବନ୍ଧୁ ୨ ମିନଟ ଧରି ନିରବ ପ୍ରାର୍ଥନା କରିଥିଲେ । ଏହି ଶୋକ ସଭାରେ ସଂଘର ସଭାପତି ପଞ୍ଚାନନ ଦାଶ, ସମ୍ପାଦକ ଯୋଗେନ୍ଦ୍ର ରଥ, ମିହିର ଜତି ,ସଭ୍ୟ ଅଂଶୁମାନ ପଣ୍ଡା, ମନ୍ମଥ ମିଶ୍ର, ମୋଜେସ ରଇତ ,ଶୁସାନ୍ତ ମାଳୀ, ବିମଳ ମଳିକ, ନିର୍ମଳ ପାଲ, ମାଣିକ ଜେନା, ସୁହାନ ଛିଞ୍ଚାଣି, ଲକ୍ଷ୍ମୀକାନ୍ତ ଆଚାର୍ଯ୍ୟ ପ୍ରମୁଖ ଯୋଗଦାନ କରିଥିଲେ । ସେ କିଛି ମାସ ହେଲା ସରକାରୀ ଚାକିରୀ ପାଇ ଲିଲିଗଡ ପଂଚାୟତରେ ଜିଆରଏସ ଭାବେ କାର୍ଯ୍ୟରତ ଥିଲେ ।