ଚମାଖଣ୍ଡି ପଂଚାୟତର ବିକାଶ ନିମନ୍ତେ ଗଠନ ହେଲା ନୂତନ ପରିଚାଳନା କମିଟି
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ପଂଚାୟତ ଅଧିନରେ ଥିବା ୮ ଖଣ୍ଡ ଗ୍ରାମର ଭଦ୍ର ବ୍ୟକ୍ତି ମାନଙ୍କୁ ନେଇ ପଂଚାୟତ ସ୍ତରୀୟ ନୂତନ ପରିଚାଳନା କମିଟି ଗଠନ ନିମନ୍ତେ ଏକ ବୈଠକ ସରପଂଚ ସି. ଏଚ୍. ମନୋଜ କୁମାର ରେଡ୍ଡିଙ୍କ ପୌରହିତ୍ୟରେ ମଲ୍ଲିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପଂଚାୟତର ବିକାଶ ନିମନ୍ତେ ଏକ ୪୦ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିର ମୁଖ୍ୟ ତଥା ସଭାପତି ସ୍ଥାନୀୟ ସରପଂଚ ସି. ଏଚ୍. ମନୋଜ କୁମାର ରେଡ୍ଡୀ, ସମ୍ପାଦକ ଲିଙ୍ଗରାଜ ପ୍ରଧାନ, ଉପଦେଷ୍ଟା ସି. ଏଚ୍. ଜନାର୍ଦ୍ଧନ ରେଡ୍ଡୀଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ଏହି ବୈଠକରେ ଆର. ସନ୍ତୋଷ ରେଡ୍ଡୀ, ଏନ୍. ଗିରିଜା ପ୍ରସାଦ ରେଡ୍ଡୀ, ପୁରୁଷୋତ୍ତମ ପାତ୍ର, ସି. ଏଚ୍. ଜନାର୍ଦ୍ଦନ ରେଡ୍ଡୀ, ଏନ୍. କାମରାଜୁ ରେଡ୍ଡୀ, ଏନ୍. କ୍ରିଷ୍ଣା ରେଡ୍ଡୀ, ଡମ୍ବୁରୁ ରେଡ୍ଡୀ, ଗୁରୁନାଥ ପ୍ରଧାନ, ସିମାଂଚଳ ପ୍ରଧାନ, ଦିଲେଶ୍ୱର ପ୍ରଧାନ, ଭରତ ନାହାକ, ପ୍ରକାଶ ନାହାକ, କେଶବ ବେହେରା, ପି. ଶିବରାମ ରେଡ୍ଡୀ, କେ. ଯୋଗେନ୍ଦ୍ର ରେଡ୍ଡୀଙ୍କ ସମେତ ସୀତାରାମପୁର, ଚମାଖଣ୍ଡି ଛକ, ଚମାଖଣ୍ଡି ଗ୍ରାମ, ସୀତାନଗର, ବଣବୁଲାପଲ୍ଲୀ, ବି. ତୋଟାପଲ୍ଲୀ, ଯଜ୍ଞଶାଳ ଓ ସିନ୍ଦୁରାପଲ୍ଲୀ ଗ୍ରାମର ବହୁ ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଶେଷରେ ଏସ୍. ବୈରାଗୀ ରେଡ୍ଡୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


