ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଟିପିଏସଓଡିଏଲ ତରଫରୁ ତୃତୀୟ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ଅଭିଯାନ ପାଳିତ ହୋଇଯାଇଛି । ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଟିପିଏସଓଡିଏଲ ର ସମସ୍ତ କର୍ମଚାରୀ ମାନେ ଏକ ଶୋଭାଯାତ୍ରାରେ ଫୁଲବାଣୀ ମାଦିକୁନ୍ଦା ଛକ ଠାରୁ ବାହାରି ମୁଖ୍ୟ ବଜାର ବିଜୁ ପଟନାୟକ ଛକ, ଗୋପବନ୍ଧୁ ଛକ ଦେଇ ଗାନ୍ଧୀ ଛକ ସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଜନସାଧାରଣ କିପରି ବିଦ୍ୟୁତକୁ ଅପବ୍ୟୟ ନ କରି ଠିକ୍ ଭାବେ ବ୍ୟବହାର କରିବେ ।ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯେପରି ମୃତ୍ୟୁ ମୁଖରୁ ରକ୍ଷା ପାଇପାରିବେ ।ବିଦ୍ୟୁତ୍ ବ୍ୟବହାର ଦ୍ଵାରା ଘଟୁଥିବା ଦୁର୍ଘଟଣା ରୁ କିଭଳି ସୁରକ୍ଷା ମିଳିପାରିବ ସେଥି ପ୍ରତି ଦୃଷ୍ଟି ଆକର୍ଷଣ କରିବା ଏହି ସୁରକ୍ଷା ସପ୍ତାହ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅଭିଯାନକୁ ସୁରକ୍ଷା ଅଧିକାରୀ ଆଦିତ୍ୟ ଚୌଧୁରୀ ଓ ଅସୀମ କୁମାର ପଣ୍ଡା ପରିଚାଳନା କରିଥିଲେ । କନ୍ଧମାଳ ଜିଲ୍ଲାର ଜନସାଧାରଣ ବିଦ୍ୟୁତ୍ ଜନିତ ଯେକୌଣସି ଦୁର୍ଘଟଣାରୁ ବଞ୍ଚିତ ହୋଇପାରିବେ ସେଥି ପ୍ରତି ଧ୍ୟାନ ଦେବା ଓ ସୁରକ୍ଷା ପାଇପାରିବେ ସେଥିପ୍ରତି ଆମ୍ଭମାନଙ୍କ ଗୁରୁଦାୟିତ୍ଵ ରହିଛି ବୋଲି ଶ୍ରୀ ଚୌଧୁରୀ ଓ ଶ୍ରୀ ପଣ୍ଡା କହିଥିଲେ । ଟାଟା କମ୍ପାନୀ ଯେଉଁଦିନ ଠାରୁ ବିଦ୍ୟୁତବଣ୍ଟନ କରିବାର ଦାୟିତ୍ୱ ହାତକୁ ନେଇଛି ସେହି ଦିନ ଠାରୁ ଗରିବ ଖଟିଖିଆ , ଚାଷୀ , ମୁଲିଆ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଅତ୍ୟଧିକ ବିଦ୍ୟୁତ ବିଲ ଆସୁଥିବାରୁ ତ୍ରାହି ତ୍ରାହି ଡାକ ଛାଡ଼ୁଛନ୍ତି  ଓ ବିଲ ସଂଶୋଧନ ପାଇଁ ବିଦ୍ୟୁତ ଅଫିସ କୁ ବାରମ୍ବାର ଦୌଡୁଛନ୍ତି , ଏହା ଦ୍ୱାରା ଲୋକେ ଅଯଥା ସେମାନଙ୍କର ବହୁ ମୂଲ୍ୟ ସମୟ ଅପଚୟ ହେଵା ସହିତ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ, ତାହାପ୍ରତି ପ୍ରଥମେ ଦାୟିତ୍ୱ ରେ ଥିବା କର୍ମଚାରୀ ମାନେ ସଚେତନ ରହି ଖାଉଟି ମାନଙ୍କ ଅସୁବିଧାର ସମାଧାନ କରିବା ପାଇଁ ଯତ୍ନ ବାନ ହୁଅନ୍ତୁ ତାପରେ ବିଭାଗ ତରଫରୁ ବିଭିର୍ଣ୍ଣ ପ୍ରକାର ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇ କାର୍ଯ୍ୟକ୍ରମ କରିବା ପାଇଁ ସାଧାରଣ ରେ ଆଲୋଚନା ହେଉଛି | ଯାହା ଦ୍ୱାରକି ଅଗଣିତ ବିଦ୍ୟୁତଉପୋଭୋକ୍ତା ମାନେ ଉପକୃତ ହେଵା ସହିତ ବିଦ୍ୟୁତ କମ୍ପାନୀ ବି ଲାଭବାନ ହୋଇପାରିବ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ