ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଗ୍ରାମସ୍ଥିତ ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟ ପରିସରରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ପାଳନ ଅବସରରେ ଟିପିସୋଲ(ଟିପିଏସଓଡିଏଲ) ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଉପସ୍ଥିତ ବିଦ୍ୟୁତ ବିଭାଗୀୟ ଲାଇନମେନ , ହେଲପର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ବିଦ୍ୟୁତ ସମ୍ପର୍କିତ ବିଭିନ୍ନ ଦୁର୍ଘଟଣା ବିଷୟରେ ଅବଗତ କରାଇ ଏହାର ସୁରକ୍ଷା ପାଇଁ ସେମାନେ କିଭଳି ଜାଗ୍ରତ ଓ ଯତ୍ନବାନ ହେବେ ସେ ସମ୍ପର୍କରେ କହି ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଗାରାବନ୍ଧ ସେକ୍ସନ କନିଷ୍ଠ ଯନ୍ତ୍ରୀ ଶ୍ରୀ ଏଲ ରବି କୁମାର ଆଚାରୀ, ବରିଷ୍ଠ ଲାଇନମେନ ଶ୍ରୀ ପ୍ରଭାତ ରଞ୍ଜନ ବେହେରା, ସୁପରଭାଇଜର ଶ୍ରୀ ବି କୋଟେଶ୍ଵର ରାଓ ପ୍ରମୁଖ ଏଥିରେ ଯୋଗଦେଇ ବିଦ୍ୟୁତ ଦୁର୍ଘଟଣା କିଭଳି ହୋଇଥାଏ ଏବଂ ଏହାର ସୁରକ୍ଷିତ ପାଇଁ ନିଜକୁ କିଭଳି ସାବଧାନତା ରଖିବାକୁ ହେବ, କାର୍ଯ୍ୟ କ୍ଷେତ୍ରରେ କିଭଳି ସୁରକ୍ଷା ସାମଗ୍ରୀ ପିନ୍ଧି ଓ ବ୍ୟବହାର କରିବା ସେ ସମ୍ପର୍କରେ ବୁଝାଇଥିଲେ । ଶେଷରେ ବିଦ୍ୟୁତ ସୁରକ୍ଷା ଅଧିକାରୀ ଶ୍ରୀ ସୂର୍ଯ୍ୟକାନ୍ତ ସିଂ ଉପସ୍ଥିତ ସମସ୍ତ ଲାଇନ ମେନ, ହେଲପର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ବିଦ୍ୟୁତ ସୁରକ୍ଷା ଓ ସାବଧାନତା ଉପରେ ଶପଥ ପାଠ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ