ଶିଶୁ ସୁରକ୍ଷା ନିମନ୍ତେ କାର୍ଯ୍ୟକରୁଥିବା କର୍ମ କର୍ମକର୍ତ୍ତାଙ୍କ ପାଇଁ ଶ୍ରମ ବିଭାଗର ବିଭିନ୍ନ ଯୋଜନା ଉପରେ ପ୍ରଶିକ୍ଷଣ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :- ଆଜି ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଗଜପତି ଜିଲ୍ଲାର ୭ଟି ବ୍ଲକରେ ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ୟୁଏନ୍ଏଫପିଏ ର ବୃକ ସଂଯୋଜିକା, କ୍ଲଷ୍ଟର ସଂଯୋଜିକା, ସ୍ଵେଚ୍ଛାସେବୀ, ବିଭିନ୍ନ ଚାଇଲ୍ଡ ଲାଇନର କର୍ମକର୍ତ୍ତା ତଥା ଆକ୍ସନ-ଏଡର ଜିଲ୍ଲା ଏବଂ ବ୍ଲକ ସଂଯୋଜକଙ୍କୁ ଜେଇ ଶ୍ରମ ବିଭାଗର ବିଭିନ୍ନ ଯୋଜନା ଉପରେ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଗତ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମର ନିଷ୍ପତ୍ତି ପ୍ରକାରେ ନିର୍ମାଣ ଶୁମିକ ଯୋଜନାରେ ଥିବା ବିଭିନ୍ନ ଉପକାରିତା ସହ ଶିଶୁ ସୁରକ୍ଷା ଆବଶ୍ୟକ କରୁଥିବା ପରିବାରକୁ କିପରି ଯୋଡ଼ା ଯିବା ସହ ଉକ୍ତ ପରିବାର କିପରି ନିର୍ମାଣ ଶ୍ରମିକରେ ଥିବା ସମସ୍ତ ସୁବିଧା ସୁଯୋଗ ପାଇପାରିବେ ସେଥିପାଇଁ ଆଜିର ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅଧକ୍ଷ୍ୟ ଭାବେ ଯୋଗଦେଇ ପ୍ରଥମେ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଆଶୀର୍ବାଦ ଯୋଜନା ଉପରେ ଆଲୋଚନ କରିବା ସହ ଜିଲ୍ଲାରେ ଯେପରି ଜୌଣସି ଶିଶୁ ଆଶୀର୍ବାଦ ଯୋଜନାରୁ ବଞ୍ଚିତ ନହେବେ ସେଥିପାଇଁ ଧ୍ୟାନ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ | ଜିଲ୍ଲା ଶ୍ରମ ବିଭାଗର ନିର୍ମାଣ ଶୁମିକ ସଂଯୋଜକ ସୁଶାନ୍ତ ପଣ୍ଡା ଉପସ୍ଥିତ ରହି ଅଂଶଗ୍ରହଣ କାରୀଙ୍କୁ ଶ୍ରମ ବିଭାଗର ବିଭିନ୍ନ ଯୋଜନା ବିଷୟରେ ବୁଝାଇବା ସହ ମୁଖ୍ୟତଃ 5ଟି ଯୋଜନାରେ ହିତାଧିକାରୀଙ୍କ ଫାଇଦା ରହିଥିବା କହିଥିଲେ ଯଥା ନିର୍ମାଣ ଶ୍ରମିକ ଓ ଅସଂଗଠିତ ଶ୍ରମିକଙ୍କ ଶିଶୁଙ୍କ ପାଇଁ ଶିକ୍ଷା ଜିମନ୍ତେ ସୁବିଧା, ଝିଅ ବିବାହ ନିମନ୍ତେ ଆର୍ଥିକ ସହାୟତା, ଶ୍ରମିକଙ୍କ ଦୁର୍ଘଟଣା ଜନିତ ଆର୍ଥିକ ସହାୟତା, ଅନ୍ତେଷ୍ଠି କ୍ରିୟା ନିମନତେ ସହାୟତା, ନିର୍ମାଣ ଶ୍ରମିକ ମାନଙ୍କ ସ୍ତ୍ରୀ ଗର୍ଭବତୀ ଥିବା ସମୟରେ ଆର୍ଥିକ ସହାୟତା ଉପରେ ଆଲୋକପାତ କରିଥିଲେ | ଉପରୋକ୍ତକର୍ମକର୍ତ୍ତାସେମାନଙ୍କ ଅଞ୍ଚଳରେ କିପରି ଏହି ଯୋଜନାରୁ କେହି ବଞ୍ଚିତ ଜରହିବେ ଧ୍ୟାନ ଦେବାକୁ ଅନୁରୋଧ କରିବା ସହ ଆସନ୍ତା ଏକ ମାସ ମଧ୍ୟରେ ଆଶୀର୍ବାଦ ଯୋଜନାରେ ଉପକାରିତା ପାଉଥିବା ପରିବାର କିପରି ନିର୍ମାଣ ଶ୍ରମିକ ଯୋଜନାରେ ଅନ୍ତର୍ଭୁକ୍ତ ହେବେ ସେଥିପ୍ରତି ଗୁରୁତୃ ଦିଆଯାଇଥିଲା | ନିର୍ମାଣ ଶ୍ରମିକ ଯୋଜନାର ହିତାଧିକାରୀ ମାନେ କାର୍ଡ଼ ନବୀକରଣ ହେବ ଏବଂ ସମସ୍ତ ସୁବିଧା କିପରି ପାଇବେ ସେଥି ପ୍ରତି ଧ୍ୟାନ ଦେବା ଲାଗି ଅଂଶଗ୍ରହଣ କାରୀଙ୍କୁ ଅନୁରୋଧ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ୟୁଏନଏଫପିଏର ଜିଲ୍ଲା ସଂଯୋଜିକା ସଂଯୁକ୍ତା ତ୍ରିପାଠୀ, ଆକ୍ସନ-ଏଡର ଜିଲ୍ଲା ସଂଯୋଜକ ବିକାଶ ମେହାର, ଚାଇଲ୍ଡଲାଇନର ସଂଯୋଜକ ନାଗେଶ୍ବର ଚୌଧୁରୀ, ଅରୁଣା ସ୍ଵେଚ୍ଛାସେବୀ ଅନୁଷ୍ଠାନର ଜିଲ୍ଲା ସଂଯୋଜିକା ସୁସ୍ମିତା ଭୋଇ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ପ୍ରତିନିଧି ବର୍ଦ୍ଧନ ପ୍ରମୁଖ ଉପସ୍ଥିତ ଥିବାବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |


