ଭଞ୍ଜନଗର ବ୍ଳକରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ଭଞ୍ଜନଗର ବ୍ଳକର ବିଭିନ୍ନ ବିଦ୍ୟାଳୟରେ ନିଜର କାର୍ଯ୍ୟକାଳ ପୂରଣ କରିଥିବା କିଛି ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ଦରକାରୀ ପେନସନ କାଗଜପତ୍ର ପ୍ରଦାନ କରାଯାଇଛି I ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ ଧନଞ୍ଜୟ, ଏ.ବି.ଇ.ଓ ସୂର୍ଯ୍ୟ ନାୟକ ଏବଂ ବି.ଆର୍.ସି.ସି ହୃଷିକେଶ ସ୍ବାଇଁ ପ୍ରମୁଖ ବିଦ୍ୟାଳୟ ଗୁଡିକରେ ପହଞ୍ଚି ଅବସର ଗ୍ରହଣ କରିଥିବା ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଦରକାରୀ କାଗଜପତ୍ର ପ୍ରଦାନ କରିଛନ୍ତି ା ସୂଚନା ପ୍ରକାରେ ଆଜି ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ବେହେରା, ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷୟିତ୍ରୀ ନମିତା ଦାଶ,ତିନି ଛକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୃନ୍ଦାବନ ନାୟକ,ତୁଳସୀପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଜୋତ୍ସ୍ନା ପୋଲାଇ ଓ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସିମାଞ୍ଚଳ ପ୍ରଧାନ ପ୍ରମୁଖ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି I ସେହିପରି ତୁରୁମୁ ଉଚ୍ଚବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀନିବାସ ମିଶ୍ର ମଧ୍ୟ ଆଜି ଅବସର ଗ୍ରହଣ କରିଛନ୍ତି I ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସିଆରସିସି ତ୍ରିନାଥ ବେହେରା, ନାରାୟଣ ମହାପାତ୍ର,ସନ୍ତୋଷ ସାହୁ, ସନ୍ତୋଷ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ