ରଥଯାତ୍ରା ଉପଲକ୍ଷେ ଡାକ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ରଦ୍ଦକରଣ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଅବସରରେ କେନ୍ଦ୍ରାପଡା ଡାକମଣ୍ଡଳ ପକ୍ଷରୁ ଏକ ସ୍ୱତନ୍ତ୍ର ରଦ୍ଦକରଣ ମୋହର ଉନ୍ମୋଚନ କରାଯିବ । ଏହି ଉପଲକ୍ଷେ କେନ୍ଦ୍ରାପଡା ପ୍ରଧାନ ଡାକଘର ତା୧.୦୭.୨୦୨୨ରିଖ ପୂର୍ବାହ୍ନ ୧୦ଘଟିକା ଠାରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ରେଜିଷ୍ଟ୍ରୀ ପୋଷ୍ଟ ଓ ସ୍ପିଡ ପୋଷ୍ଟ ଡାକ ବୁକିଙ୍ଗ ପାଇଁ ଖୋଲାରହିବ । ଏହି ସମୟ ମଧ୍ୟରେ “ସ୍ୱତନ୍ତ୍ର ରଦ୍ଦକରଣ ମୋହର” ଏହି ପ୍ରଧାନ ଡାକଘରେ ଉପଲବ୍ଧ ହେବ ବୋଲି କେନ୍ଦ୍ରାପଡା ଡାକମଣ୍ଡଳର ଡାକ ଅଧିକ୍ଷକ ଲକ୍ଷ୍ମୀନାରାୟଣ ମିଶ୍ର ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।


