ଚାଇଲ୍ଡ ଲାଇନ ପକ୍ଷରୁ ଦୋସ୍ତି କାର୍ଯ୍ୟକ୍ରମ

ମୋହନା,(ଯୁଗାବ୍ଦ ନ୍ୟୁଜ୍‌):ଗଜପତିି ଜିଲ୍ଲା ମୋହନା ଥାନା ଅଡବା ନିକଟସ୍ଥ ହରଭଙ୍ଗୀ କଲେଜ ଛାତ୍ରୀ ମାନେ ମୋହନା ଥାନା ଓ ଅଡବା ଥାନା ସମେତ ବ୍ଲକର ସମସ୍ତ କର୍ମଚାରୀଙ୍କ ହାତରେ ଚାଇଲ୍ଡ ଲାଇନ ଡୋରିବାନ୍ଧିବା ସହ ଜନସାଧାରଣଙ୍କୁ ସଚେତନ କରିଥିଲେ । ଅଧୁନା ସମାଜରେ ଛାତ୍ର ଓ ଛାତ୍ରୀ ମାନଙ୍କୁ ପାଠ ନପଢାଈ କାମରେ ନିୟୋଜିତ କରିବା ଘଟଣାକୁ ବାରଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଇବା ସହ ଶ୍ରମିକ ଭାବେ କାମ ନକରିବାକୁ ଦୋସ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ବୁଝାଇଥିଲେ । ଅନ୍ଧ ବିଶ୍ୱାସ କୁ ବିଶ୍ୱାସ କରିବା ନାହିଁ ,ବୋଲି ବୁଝାଇବା ପରେ ଶେଷରେ ଚାଇଲ୍ଡ ଲାଇନ ପକ୍ଷରୁ ଅନିତା କୁମାରୀ ନାୟକ , ଉଦୟ ନାୟକ , ଟିଟି ମଳିକ ,ଉପସ୍ଥିତ ରହି କାର୍ଯ୍ୟକ୍ରମ ଶେଷରେ ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ