ଜେ.ଏସ୍‌.ଡବ୍ଲ୍ୟୁ ପକ୍ଷରୁ ପାନୀୟ ଜଳ ଓ ମାସ୍କ ବଣ୍ଟନ

ପାରାଦୀପ, (ପୀତବାସ ପ୍ରଧାନ) :-ସୁଭଦ୍ରା କ୍ଷେତ୍ର ଗଡକୁଜଙ୍ଗର କୁଂଜବିହାରୀ ପୀଠରେ ପରମ୍ପରା ଅନୁଯାୟୀ ବସି ରଥ ହୋଇଥାଏ । ପୁରୀ ରଥଯାତ୍ରା ପରଦିନ ଗଡକୁଜଙ୍ଗ ରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ଗଡକୁଜଙ୍ଗ ରଥଯାତ୍ରା ଦେଖିବା ପାଇଁ ଭକ୍ତମାନଙ୍କର ପ୍ରବଳ ସମାଗମ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଜେ.ଏସ୍‌.ଡବ୍ଲ୍ୟୁ ପକ୍ଷରୁ ରଥଦାଣ୍ଡରେ ପାନୀୟ ଜଳ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା । ଏଥି ସହିତ ରଥଯାତ୍ରାରେ ମାସ୍କ ପରିଧାନ କରିବାକୁ ସରକାର ନିର୍ଦ୍ଦେଶମାନା ଘୋଷଣା କରିଥିଲେ । ଏହାକୁ ପାଳନ କରିବା ପାଇଁ ମଧ୍ୟ ଜେ.ଏସ୍‌.ଡବ୍ଲ୍ୟୁ ପକ୍ଷରୁ ଭକ୍ତମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ସ୍ଥାନୀୟ ସରପଂଚ କବିତା ଦାସ ଜେ.ଏସ୍‌.ଡବ୍ଲ୍ୟୁ ପକ୍ଷରୁ ଆୟୋଜିତ ଷ୍ଟଲକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଂଚ ସମ୍ପଦ ବାରିକ, ଯଦୁମଣି ଖଟୁଆ, କିଶୋର ବାରିକ, ସଂଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜେ.ଏସ୍‌.ଡବ୍ଲ୍ୟୁ ପକ୍ଷରୁ ଗାଁ ସଂଯୋଜିକା ବାପିନ ରାଉତ, ବଳରାମ ହାୟକ, ଶୁଭଶ୍ରୀ ସ୍ୱାଇଁ, ସଶ୍ମିତା ମୁଦୁଲି, ମିତାଲି ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ