ପାଟିକୋଟା ସମବାୟ ସମିତିର ସଭାପତି ପଦବୀ ନିର୍ବାଚନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଜିଲ୍ଲାର ପାଟିକୋଟା ସମବାୟ ସମିତିର ସଭାପତି ପଦବୀ ପାଇଁ ହୋଇଛି ନିର୍ବାଚନ । ୧୫ ଜଣ ସଦସ୍ୟ ବିଶିଷ୍ଟ ସମିତି ମଧ୍ୟରେ ୮ଟି ଭୋଟ ପାଇ ଭି. ବାସୁଦେବ ରାଓ ସଭାପତି ଭାବେ ବିଜୟୀ ହୋଇଥିବା ବେଳେ ମାତ୍ର ୬ ଟି ଭୋଟ ପାଇ ପରାଜିତ ହୋଇଛନ୍ତି ଏସ. ଲିଙ୍ଗରାଜୁ ଗୋଟିଏ ଭୋଟ ରଦ୍ଦ ହୋଇଥିବା ଜଣାପଡିଛି । ଗୋଷାଣୀ ବ୍ଲକର ପାଟିକୋଟା ଗ୍ରାମର ଏହି ସମବାୟ ସମିତି ଅନ୍ଯ ସମବାୟ ସମିତି ତୁଳନାରେ ଅଧିକ ଗୁରୁତ୍ବପୂର୍ଣ୍ଣ ରହିଛି। ଏହା ଅଧିନରେ ବହୁ ପରିମାଣରେ ଚାଷୀ ଓ ଚାଷଜମି ରହିଥିବା ବେଳେ ଏହି ସମବାୟ ସମିତି ଉପରେ ବହୁ ଚାଷୀ ନିର୍ଭରଶୀଳ । ବିଡ଼ମ୍ବନାର ବିଷୟ ହେଉଛି ଯେ ଏଠିକାର ସଭାପତି ପଦବୀ ପାଇଁ ବିଜୁ ଜନତା ଦଳର ଜିଲ୍ଲା ଯୁବ ସଭାପତି ଏସ. ଲିଙ୍ଗରାଜୁ ନିଜେ ନାମାଙ୍କନ ପତ୍ର ଦାଖଲ କରି ପ୍ରତିଦ୍ବନ୍ଦିତା କରିଥିଲେ କିନ୍ତୁ ନିଜ ଗାଁ ସମବାୟ ସମିତିରେ ମାତ୍ର ୧୫ ଜଣକ ମଧ୍ୟରେ ହେଉଥିବା ପ୍ରତିଦ୍ବନ୍ଦିତା ରେ ସେ ପରାଜୟ କରିଛନ୍ତି, ସାରା ଜିଲ୍ଲାରେ ସମବାୟ ସମିତି ସଭାପତି ମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଉଥିବା ବେଳେ ନିଜ ସମବାୟ ସମିତିରେ ବିଜେଡି ବିଜେଡି ମଧ୍ୟରେ ପ୍ରତିଦ୍ବନ୍ଦିତା ଏବଂ ନିଜେ ନାମାଙ୍କନ ଦାଖଲ କରି ପରାଜୟ ହେବା ବିଜେଡ଼ି ଜିଲ୍ଲା ଯୁବ ସଭାପତିଙ୍କ ପକ୍ଷରେ ଲଜ୍ଜ୍ୟାର ବିଷୟ ପାଲଟିଛି , ତେବେ ସେ କିଭଳି ଜିଲ୍ଲା ସଂଗଠନ ସଦୃଢ ପାଇଁ କାର୍ଯ୍ୟ କରୁଥିବେ ତାହା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


