ମହାବୀରଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଦାସସାହି ନିକଟରେ ମହାବୀରଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂଜା ଉତ୍ସବ ପାଇଁ ପ୍ରଥମ ଦିନରେ ଅଙ୍କୁରାରୋପଣ ସହିତ ସ୍ଥାନୀୟ ରାଢୋ ହନୁମାନ ପୋଖରୀ ଠାରେ ଘଟ ଉତ୍ତୋଳନ ହୋଇଥିଲା । ମୁଖ୍ୟ ସଂକଳ୍ପ କର୍ତ୍ତା ନାରାୟଣ ନାୟକ ଓ ଓଷାରାଣୀ ନାୟକଙ୍କ ସମେତ ୨୭ଜଣ ମହିଳା ଏବଂ ପୁରୁଷ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପୂଜକ ଗୌରାଙ୍ଗ ତ୍ରିପାଠୀ, ନାରାୟଣ ମିଶ୍ର, ବିଜୟ ତ୍ରିପାଠୀ ଓ ମନୋଜ ତ୍ରିପାଠୀଙ୍କ ଦ୍ଵାରା ମିଳିତ ଭାବେ ସୂର୍ଯ୍ୟପୂଜା, ଗୋ ପୂଜା, ଉପଚାର ପୂଜା ସହିତ ମହାବୀରଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ବୈଦିକ ବିଧି ଅନୁଯାୟୀ ଶେଷ କରିଥିଲେ। ପରେ ହନୁମାନ ଚାଳିସା ଓ ସୁନ୍ଦରାକାଣ୍ଡ ସହିତ ପୂର୍ଣାହୂତି ଅନୁଷ୍ଠିତ ହୋଇଥିଲା । ଉତ୍ସବକୁ ଶଶୀଭୂଷଣ ଦାସ, ଶ୍ରୀନିବାସ ପୁହାଣ, ମହେନ୍ଦ୍ର ମଲ୍ଲିକ, ବଟକୃଷ୍ଣ ପୁହାଣ, ବିରଞ୍ଚି ବେହେରା, ତପନ ରାଉଳ, ଭାଗବତ ଜେନା ପ୍ରମୁଖ ପରିଚାଳନା କରିଥିଲେ ।


