ଗଂଜାମ ପୁଲିସ ଜିଲ୍ଲାର ସ୍ୱତନ୍ତ୍ର ସମୀକ୍ଷା ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ପୁଲିସର ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଗଂଜାମ ଏସ୍ପି ବ୍ରିଜେଶ କୁମାର ରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ପୁଲିସ ଅଧୀନରେ ଥିବା ରେଡ୍ଫ୍ଲାଗ୍ ୪୨ ଓ ଅରେଞ୍ଜ ଫ୍ଲାଗ ୧୧ ଟି ମାମଲାର ସାକ୍ଷ୍ୟ ଏବଂ ତଦନ୍ତ ପ୍ରକ୍ରିୟା ଉପଯୁକ୍ତ ଭାବେ କରିବା ଲାଗି ଏସ୍ପି କହିଛନ୍ତି । ଦାଗି ଅପରାଧୀମାନଙ୍କ ଗତିବିଧିକୁ ତୀକ୍ଷଣ ଦୃଷ୍ଟି ରଖିବାକୁ ହେବ । ଯଦି ସେମାନଙ୍କ ଦ୍ୱାରା ଅଞ୍ଚଳରେ ଅପ୍ରତିକ ବାତାବରଣ ଦେଖା ଦେଉଛି, ତେବେ ସେମାନଙ୍କୁ ତୁରନ୍ତ ଗିରଫ କରି ଜେଲ୍ରେ ପୁରାଇବାର ବ୍ୟବସ୍ଥା କରାଯିବ । ଥାନା ଗୁଡିକରେ ପଡି ରହିଥିବା ପୁରୁଣା ମାମଲା ଗୁଡିକ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି । ଥାନା ଅଞ୍ଚଳରେ ରହିଥିବା ଗ୍ରାମ୍ୟ ବିବାଦ ଗୁଡିକୁ ସମାଧାନ କରିବା ନିମନ୍ତେ ଥାନା ଅଧିକାରୀମାନେ ନିଜ ଇଲାକାର ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କ ସହିତ ସଂପର୍କ ସୃଷ୍ଟି କରିବାକୁ ଏସ୍ପି ପରାମର୍ଶ ଦେଇଥିଲେ । ଯଦ୍ୱାରା ସେମାନେ ବିନା ସଙ୍କୋଚରେ ପୁଲିସକୁ ସେମାନଙ୍କ ବିଭିନ୍ନ ସମସ୍ୟା ଗୃୁଡିକ ଦୃଷ୍ଟି ଆକର୍ଷଣ କରିପାରିବେ । ସେହିପରି ଥାନାକୁ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ଲୋକଙ୍କ ସହ ଉତ୍ତମ ବ୍ୟବହାର କରିବା ସହ ଅଭିଯୋଗ ଗୁଡିକୁ ପ୍ରାଧାନ୍ୟ ଦେବାକୁ ଏସ୍ପି ପରାମର୍ଶ ଦେଇଥିଲେ । ସଡକ ସୁରକ୍ଷା ଓ ଟ୍ରାଫିକ ନିୟମକୁ କଡାକଡି ପାଳନ କରିବା ପାଇଁ ସମସ୍ତ ଥାନା ଅଧିକାରୀମାନେ ନିଜ ଅଞ୍ଚଳରେ ସଚେତନତା କରାଇବେ । ଚିଟ୍ଫଣ୍ଡ ମାମଲା ଗୁଡିକର ପିଟିସନ୍ ଉପରେ ଗୁରୁତ୍ୱ ଦେବା ସହିତ ଜିଲ୍ଲାରେ ୧୩ ଟି ଚିଟ୍ଫଣ୍ଡ ମାମଲା ଗୁଡିକ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ କୁହାଯାଇଛି । ସାଇବର ମାମଲା, ଭିଡିଓ ଭାଇରଲ, ଆମ ପୁଲିସ, ବରିଷ୍ଠ ନାଗରିକ ସୁରକ୍ଷା ଉପରେ ଏସ୍ପି ସମୀକ୍ଷା କରିଥିଲେ । ବ୍ୟାଙ୍କ, ପେଟ୍ରୋଲ ପମ୍ପ, ଫାଇନାନ୍ସ କମ୍ପାନୀ, ସୁନା ବ୍ୟବସାୟୀ ପ୍ରଭୃତି କର୍ମଚାରୀମାନଙ୍କୁ ଟଙ୍କା କାରବାର ପ୍ରତି ସତର୍କତା ଅବଲମ୍ବନ କରିବା ନିମନ୍ତେ ପ୍ରତି ମାସରେ ସଚେତନତା ବୈଠକ କରିବା ପାଇଁ କୁହାଯାଇଛି । ଥାନା ଗୁଡିକରେ ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ଏସପି ସମୀକ୍ଷା କରିଥିଲେ । ଏହି ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଗଂଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ପତିତପାବନ ଚୌଧୂରୀ ଓ ଠାକୁର ପ୍ରସାଦ ପାତ୍ର, ଡିଏସପି ହେଡକ୍ୱାର୍ଟର ୍ର ଉତ୍କଳ କେଶରୀ ଦାସ, ଡିଆଇବି ଡିଏସପି ଅଜୟ କୁମାର ମିଶ ରିଜର୍ଭ ଇନ୍ସପେକ୍ଟର ଗଙ୍ଗାଧର ଧାଙ୍ଗରଙ୍କସମେତ ସମସ୍ତ ଏସଡିପିଓ ଓ ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ ।