ବୁଗୁଡା ବ୍ଲକ ପାଇଁ ଗୌରବ ଆଣିପାରିଲେ ରୁଦ୍ର ପ୍ରତାପ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଡାକରବାଡି ହେଉଛି ଏକ ନିହାତି ପଲ୍ଲୀ ଗ୍ରାମ। ଗମନାଗମନ ପାଇଁ ଗ୍ରାମକୁ ନାହିଁ ଉତ୍ତମ ରାସ୍ତା। ହେଲେ ସେହି ପଲ୍ଲୀ ଗ୍ରାମର ମାତା ଜୟନ୍ତୀ ସ୍ୱାଇଁ ଓ ପିତା ଏରକାଇଲୁ ସ୍ୱାଇଁ ଙ୍କ ସୁପୁତ୍ର ରୁଦ୍ର ପ୍ରତାପ ସ୍ୱାଇଁ ୨୦୨୨ ଦଶମ ବୋର୍ଡ ପରୀକ୍ଷାରେ ମୋଟ ୬୦୦ ମାର୍କରୁ ୫୮୭ ରଖି ଏ-୧ ଗ୍ରେଡରେ ପାସ କରି ବୁଗୁଡା ବ୍ଲକ ପାଇଁ ଗୌରବ ଆଣିପାରିଛନ୍ତି। ଯାତାୟାତର ଅସୁବିଧା ଯୋଗୁଁ ରୁଦ୍ର ପ୍ରତାପ ସ୍ୱାଇଁ ବ୍ରହ୍ମପୁରର ନୀଳକଣ୍ଠ ନଗର ସରସ୍ୱତୀ ବିଦ୍ୟା ମନ୍ଦିରରେ ଅନ୍ତେବାସୀ ଭାବେ ଅଧ୍ୟୟନ କରୁଥିଲେ । ଦଶମ ବୋର୍ଡ ପରୀକ୍ଷାରେ ମୋଟ ୫୮୭ ନମ୍ୱର ପାଇ ୯୭.୮୩ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖି ଏ-୧ ଗ୍ରେଡରେ ପାସ ହୋଇ ବୁଗୁଡା ବ୍ଲକ ପାଇଁ ଗୌରବ ଆଣି ପାରିଥିବା ଯୋଗୁଁ ଅଞ୍ଚଳର ବୁଦ୍ଧିଜୀବୀ ବୃନ୍ଦ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ