ଆଦର୍ଶ ବିଦ୍ୟାଳୟ ପାଇଁ ଶିଳାନ୍ୟାସ
ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଆଦର୍ଶ ବିଦ୍ୟାଳୟ ପାଇଁ ବ୍ଲକ ଅନ୍ତର୍ଗତ ସରିପୁର ଠାରେ ଆଜି ଶିଳାନ୍ୟାସ ହୋଇଛି । ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିଥିଲେ । ଆୟୋଜିତ ଉତ୍ସବ ରେ ମନ୍ତ୍ରୀ ଶ୍ରୀ ଦାଶ ଙ୍କ ସହିତ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ଓ କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା, ସାଂସଦ ରାଜଶ୍ରୀ ମଲ୍ଲିକ, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଜିଲ୍ଲା ପରିଷଦ ସଭ୍ୟା ସରସ୍ଵତୀ ସ୍ଵାଇଁ, ବନିତା ବେହେରା, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାୟକ ପ୍ରମୁଖ ଯୋଗଦାନ କରିଥିଲେ। ଚଳିତ ବର୍ଷ ୮୪ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ ବ୍ଲକ ର ଆଦର୍ଶ ବିଦ୍ୟାଳୟ ସୁନ୍ଦର ଗ୍ରାମ ସ୍ଥିତ ସୁରେନ୍ଦ୍ର ନାଥ ବିଦ୍ୟାପୀଠ ଠାରେ ଅସ୍ଥାୟୀ ଭାବେ ଆରମ୍ଭ କରାଯାଇଛି । ଏଣୁ ସରିପୁର ଠାରେ ଆସନ୍ତା ୧୮ମାସ ମଧ୍ୟରେ ଆଦର୍ଶ ବିଦ୍ୟାଳୟ ର ସ୍ଥାୟୀ ଗୃହ ନିର୍ମାଣ ଶେଷ ହେବାକୁ ସ୍ଥିର ହୋଇଥିବା ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ । ଗୃହ ନିର୍ମାଣ କାର୍ଯ୍ୟ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ କୁ ଦିଆଯାଇଥିବା ବେଳେ ଏହାର ପ୍ରାଥମିକ ବ୍ୟୟ ଅଟକଳ ୭କୋଟି ୭୩ଲକ୍ଷ ୫ହଜାର ଟଙ୍କା ରହିଥିବା ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଥିଲେ ।


