ମାଟ୍ରିକ ପରୀକ୍ଷାରେ ଗଞ୍ଜାମ ବ୍ଳକର ଟପ୍ପର : ବିଭିନ୍ନ ମହଲରୁ ସମ୍ବର୍ଦ୍ଧନା
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ସ୍ୱରସ୍ବତୀ ଶିଶୁ ଵିଦ୍ୟା ମନ୍ଦିର ଛାତ୍ର ଦେବାଶିଷ ପଣ୍ଡା ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ୫୮୨ ନମ୍ବର ରଖି ଗଞ୍ଜାମ ବ୍ଲକ ଟପ୍ପର ହେବା ସହ ରାଜ୍ୟରେ ପଞ୍ଚମ ରେୟଙ୍କ ଥିବା ଜଣାପଡିଛି। ଯାହାଫଳରେ ଗଞ୍ଜାମ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି । ଗଞ୍ଜାମ ବ୍ରାହ୍ମଣ ଢ଼ାମଣା ସାହି ବାସିନ୍ଦା ଆଇନଜୀବୀ ତଥା ସମାଜସେବୀ ସ୍ୱର୍ଗତ ସହଦେଵ ପଣ୍ଡା ଓ ପ୍ରମୋଦିନି ପଣ୍ଡାଙ୍କ କନିଷ୍ଠ ପୁତ୍ର ଦେବାଶିଷ ପିଲାବେକୁ ମେଧାବୀ ଛାତ୍ର ଥିବା ବେଳେ ତୃତୀୟ, ପଞ୍ଚମ ଓ ସପ୍ତମ ଶ୍ରେଣୀରେ ପଠାଣିସାମନ୍ତ, ବୃତ୍ତି , ଜ୍ଞାନପରୀକ୍ଷାରେ ପ୍ରଥମ ହେବ ସହ ବିଭିନ୍ନ ପ୍ରତିଯୋଗିତାରେ ରେ ଭାଗ ନେଇ କୃତିତ୍ବ ହାସଲ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଭବିଷ୍ୟତରେ ଡାକ୍ତର ହୋଇ ଲୋକଙ୍କ ସେବା କରିବା ତାଙ୍କର ଲକ୍ଷ ବୋଲି କହିବା ସହ ଭଗବାନଙ୍କ ଆଶୀର୍ବାଦ , ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ପରିବାର ଲୋକେଙ୍କ ଯୋଗୁଁ ଏହି ସଫଳତା ମିଳିଲା ବୋଲି କହିଛନ୍ତି । ସେହିପରି ବ୍ଲକରେ ଦୁତିୟ ସ୍ଥାନରେ ଅଛନ୍ତି ଗଞ୍ଜାମ ଦୂର୍ଗାଦେବୀସାହି ବାସିନ୍ଦା ନୃସିଂହ ଚରଣ ପାଣିଗ୍ରାହୀ ଓ ସୁଷମା ପାଣିଗ୍ରାହୀଙ୍କ ପୁତ୍ର ତଥା ସ୍ୱରସ୍ବତୀ ଶିଶୁମନ୍ଦିର ଛାତ୍ର ଅଜିତ ପାଣିଗ୍ରାହୀଙ୍କ ୫୭୮ ମାର୍କ ରଖି। ସେହିପରି ପ୍ରକାଶ ଚନ୍ଦ୍ର ମହାରଣା ଓ ଶାନ୍ତିଲତା ମହାରଣାଙ୍କ ପୁତ୍ର ଅସ୍ମିତ ମହାରଣା ୫୭୫ ମାର୍କ ରଖି ତୃତୀୟ ସ୍ଥାନରେ ଥିବା ଜଣାପଡିଛି । ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ଵିନୋଦ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଗିରିଷ କୁମାର ଆଚାର୍ଯ୍ୟ , ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ କୁମାର ମହାପାତ୍ର ଶୁଭେଚ୍ଛା ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ସ୍ଥିତ ସକ୍ଷମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସଂପାଦକ ବସନ୍ତ କୁମାର ସାହୁ, ଉପଦେଷ୍ଟା ଶ୍ୟାମା ରେଡ୍ଡୀ, ବଡ଼ବଜ଼ାର ବ୍ୟବସାୟୀ ସଂଘ ସଭାପତି ଗୋୖରୀ ଶଙ୍କର ବାରିକ, ବିଜେପି ନଗର ସଭାପତି ସୁଦାମ ଜେନା, ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ସ୍ୱେଚ୍ଛାସେବୀ ପ୍ରକାଶମହାଙ୍ଗୁଡ, ନାରାୟଣ ଗୌଡ଼ ,ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ମନରଞ୍ଜନ ସାହୁ , ଶରତ ଚନ୍ଦ୍ର ପାଣିଗ୍ରାହୀ, ପ୍ରମୁଖ ଫୁଲ ତୋଡା, ଉପଢୌକନ, ଜଗନ୍ନାଥ ଫୋଟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।


