ଅବସରପ୍ରାପ୍ତ ରେଳ କର୍ମଚାରୀ ସଂଘ ପକ୍ଷରୁ ବୃକ୍ଷରୋପଣ
ବାଲେଶ୍ୱର, (ସରୋଜ ପଣ୍ଡା) :-ବିଶ୍ୱ ବୃକ୍ଷରୋପଣ ଦିବସ ପାଳନ ଅବସରରେ ଅବସରପ୍ରାପ୍ତ ରେଳ କର୍ମଚାରୀ ସଂଘ ପକ୍ଷରୁ ଗୁଡ଼ୁଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନର ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ସରପଞ୍ଚ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଅବସରପ୍ରାପ୍ତ ରେଳ କର୍ମଚାରୀ ସଂଘର ସମ୍ପାଦକ ରାମଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ଗଗନ ବିହାରୀ ଦାସ, ଉପଦେଷ୍ଟା ଗିରିଧାରୀ ବିନ୍ଧାଣୀ, ଉପ-ସଭାପତି ରବୀନ୍ଦ୍ର ନାରାୟଣ ଭୋଳ, ବରିଷ୍ଠ ସଦସ୍ୟ ନରେନ୍ଦ୍ର ନାଥ ସ୍ୱାଇଁ, ପ୍ରଦୀପ କୁମାର ଦାସ, ନରେନ୍ଦ୍ର ନାଥ ପ୍ରଧାନ, ସରପଞ୍ଚ କମଳିନୀ ପାତ୍ର, ପୂର୍ବତନ ସମିତି ସଭ୍ୟ ଭୋଳାନାଥ ପାତ୍ର, ୱାର୍ଡ଼ ସଦସ୍ୟ ହଳଧର ମହାନ୍ତ, ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜିତା ଦାସ, ଶିକ୍ଷକ ଅଜୟ ମାରାଣ୍ଡି, ଲଖିରାମ ମାଝୀ, ମନୋରଞ୍ଜନ ଆଡ଼ିଙ୍କ ସମେତ ଗୋପବନ୍ଧୁ ସାହାଣୀ, ସୁନାରାମ ମାରାଣ୍ଡି ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।


