‘ଗ୍ରାମ ପଞ୍ଚାୟତ ଭବନ’ ଲୋକାର୍ପିତ

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁରାଡିହା ଗ୍ରାମ ପଞ୍ଚାୟତର ନବ ନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ ‘ଗ୍ରାମ ପଞ୍ଚାୟତ ଭବନ’ ଲୋକାର୍ପିତ ହୋଇଯାଇଛି। ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଗ୍ରାମ ପଞ୍ଚାୟତ ଭବନକୁ ଜନସେବା ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ। ଏହି ଅବସରରେ ଆୟୋଜିତ ଜନସଭାରେ ଶ୍ରୀ ଦତ୍ତ କୁରାଡିହା ପଞ୍ଚାୟତର ସମସ୍ତ ଜନପ୍ରତିନିଧି ଓ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସ୍ୱଚ୍ଛ ଓ ଦ୍ରୁତ ଜନସେବା ପ୍ରଦାନର ଏକ ସଶକ୍ତ କେନ୍ଦ୍ର ଭାବେ ଏହି ଗ୍ରାମ ପଞ୍ଚାୟତ ଭବନ ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିବ ବୋଲି ବିଧାୟକ ଶ୍ରୀ ଦତ୍ତ ଆଶା ପ୍ରକାଶ କରିଥିଲେ। ନୂତନ କାର୍ଯ୍ୟାଳୟରେ ଆଧୁନିକ ବ୍ୟବସ୍ଥା ମଧ୍ୟରେ ପଞ୍ଚାୟତବାସୀ ବିଭିନ୍ନ ସରକାରୀ ସେବା ଓ ଯୋଜନାର ସୁଫଳ ଅଧିକ ସୁବିଧାଜନକ ଭାବେ ପାଇପାରିବେ ବୋଲି ବିଧାୟକ ଶ୍ରୀ ଦତ୍ତ କହିଥିଲେ । ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା, ସରପଞ୍ଚ ସୁମିତ୍ରା ବାରିକ, ବରିଷ୍ଠ ନେତା ଗୌରାଙ୍ଗ ଦାସ, ହରେନ୍ଦ୍ର ପ୍ରଧାନ, କାର୍ତ୍ତିକ ପ୍ରଧାନ, ରାଜେନ୍ଦ୍ର ଚାଟାର୍ଜୀ, ସଦାଶିବ ଜେନା, ବୀରଭଦ୍ର ଗୋଛାୟତ, ଶଶିକାନ୍ତ ମିଶ୍ର, ପୁରୁଷୋତ୍ତମ ବାରିକ, ବରେନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ବାରିକ, ବିଶ୍ୱନାଥ ଧଳ, ମନୋରଞ୍ଜନ ବାରିକ, ସୁଧାକର ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ। ପରେ କୁରାଡିହା ପଞ୍ଚାୟତରେ ସମସରପୁର ମିନି ଅଙ୍ଗନୱାଡି କେନ୍ଦ୍ରର ପୂର୍ଣ୍ଣାଙ୍ଗକରଣ ପ୍ରକଳ୍ପକୁ ଉଦଘାଟନ କରିଥିଲେ ବିଧାୟକ ଶ୍ରୀ ଦତ୍ତ । ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ଆମ ସମସ୍ତଙ୍କର ପ୍ରାଥମିକତା । ଏହି ପ୍ରକଳ୍ପ ସ୍ଥାନୀୟ ଶିଶୁମାନଙ୍କ ସାମଗ୍ରିକ ବିକାଶ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବାର ସୁଦୃଢ଼ୀକରଣ ସହ ଉନ୍ନତ ପ୍ରାଥମିକ ଶିକ୍ଷା ପ୍ରଦାନ କରିବାରେ ବିଶେଷ ସହାୟକ ହେବ ବୋଲି ବିଧାୟକ ଶ୍ରୀ ଦତ୍ତ ଆଶା ପ୍ରକାଶ କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କୁରାଡିହା ପଞ୍ଚାୟତବାସୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ