ସମ୍ପାଦକ ଗିରଫ ପ୍ରତିବାଦ : ୪ଦିନର ଧାରଣା ପରେ କଳାବ୍ୟାଜ ପିନ୍ଧିବାକୁ ନିଷ୍ପତ୍ତି
ବାଲେଶ୍ୱର, (ସରୋଜ ପଣ୍ଡା) :-‘ବଡ଼ ଖବର’ ନ୍ୟୁଜ ଚ୍ୟାନେଲର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଆକ୍ରୋଶ ଭାବେ କରାଯାଇଥିବା ଗିରଫର ପ୍ରତିବାଦରେ ବାଲେଶ୍ୱରର ସାମ୍ବାଦିକଙ୍କ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଅହୋରାତ୍ର ଗଣଧାରଣା ଗୁରୁବାର ପ୍ରତ୍ୟାହୃତ ହୋଇଛି । ସାମ୍ବାଦିକ ସଞ୍ଜୟ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଧାରଣାରେ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ଅର୍ଚନା ନନ୍ଦୀ, ବିକ୍ରମ ପଣ୍ଡା, ମମତା ଦାସ ପ୍ରମୁଖଙ୍କ ସମେତ ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ, ଉଜ୍ଜଳ ଚନ୍ଦ୍ର କର, ସନ୍ଦୀପ୍ତ କୁମାର ଦାସ. ବାସୁଦେବ ରାଉଳ, ଲୋକନାଥ ଦଳେଇ, ସୁଧାଂଶୁ ଶେଖର ବାରିକ,ଭବାନୀଶଙ୍କର ପ୍ରଧାନ ପ୍ରମୁଖ ଯୋଗଦେଇ ୪ଦିନ ଧରି ଚାଲିଥିବା ଗଣଧାରଣା ପ୍ରତ୍ୟାହାର କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଗଣ ଧାରଣା ବନ୍ଦ ସହ ଆସନ୍ତାକାଲିଠାରୁ ସାମ୍ବାଦିକମାନେ କଳାବ୍ୟାଜ ପିନ୍ଧି ପାଇଁ ପ୍ରତିବାଦ ଜାରି ରଖିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଥିଲା ।


