ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ

ନିମାପଡ଼ା, (ସନ୍ତୋଷ ଦାଶ) :-ନିମାପଡା ବ୍ଲକ ଅନ୍ତର୍ଗତ ଆମ୍ପୋର ବଜାର ର ଚନ୍ଦନ ବେହେରା ଙ୍କ ଦୋକାନ ରେ ଆଜି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ମୂଲ୍ୟ ର ଜିନିଷ ପତ୍ର ଭସ୍ମୀଭୂତ ହୋଇ ଯାଇଛି । ଖବର ପାଇ ନିମାପଡା ଅଗ୍ନିଶମ କେନ୍ଦ୍ର ରୁ ବ୍ରହ୍ମାନନ୍ଦ ମଲ୍ଲିକ ଙ୍କ ନେତୃତ୍ଵ ରେ ଆଗ୍ନିକମାନେ ପହଞ୍ଚି ପାଣି ପକାଇ ନିଆଁ କୁ ଆୟତ୍ତ କରିଥିଲେ । ତେବେ ସେତେବେଳକୁ ସବୁପୋଡ଼ି ପାଉଁଶ ହୋଇଯାଇଥିଲା । ବିଦ୍ୟୁତ୍ ସଟ ସକ୍ରିଟ ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । କ୍ଷତିଗ୍ରସ୍ତ ବ୍ୟବସାୟୀ ଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଉକ୍ତ ବଜାର ର ବ୍ୟବସାୟୀ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ