ପ୍ରଜାପତି ବ୍ରହ୍ମକୁମାରୀ ତରଫରୁ ବନମହୋତ୍ସବ ପାଳିତ
ନିମାପଡ଼ା, (ସନ୍ତୋଷ ଦାଶ) :-ପ୍ରତିବର୍ଷ ଜୁଲାଇ ମାସର ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳିତ ହେଉଛି ୭୩ତମ ବନମହୋତ୍ସବ । ଏହି ଅବସରରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପ୍ରଜାପତି ବ୍ରହ୍ମକୁମାରୀ ତରଫରୁ ସବୁଜ ଶାଖା ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ମିଳିତମେଣ୍ଟ ର ଆବାହକ ଦିବାକର ଛାଟୋଇ, ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି, ରାଜ୍ୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ପ୍ରାପ୍ତ ସ୍ବେଛାସେବୀ ବିଚିତ୍ରାନନ୍ଦ ବିଶ୍ୱାଳ, ଅସ୍ତରଙ୍ଗ ବ୍ଲକ ବଜାର କମିଟି ସଭାପତି ଦୁଷ୍ମନ୍ତ ପରିଡା, ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପ୍ରଂଶସା ପାଇଥିବା ପରିବେଶଯୋଦ୍ଧା କୃଷ୍ଣ ଚନ୍ଦ୍ର ବିଶ୍ୱାଳ, ଶିକ୍ଷକ ବିଜୟ ଭଟ୍ଟ, ଶିକ୍ଷାବିତି କାଳନ୍ଦୀ ଛାଟୋଇଙ୍କ ସହ ପ୍ରଜାପତି ବ୍ରହ୍ମକୁମାରୀ କର୍ମକର୍ତ୍ତା ଙ୍କ ସହ ଅନ୍ୟାନ୍ୟ ପରିବେଶକର୍ମୀ ଉପସ୍ଥିତ ଥିଲେ । ବୃକ୍ଷ ବଞ୍ଚିଲେ ଏ ଜୀବ ଜଗତ ବଞ୍ଚିରହିବା ସହିତ ଗ୍ଲୋବାଲ ୱାର୍ମି ଓ ବିଭିନ୍ନ ପ୍ରକାର ପ୍ରାକୃତିକ ବିପତ୍ତି ରୁ ରକ୍ଷା ପାଇପାରିବେ ବୋଲି ଅତିଥି ମାନେ ବୃକ୍ଷରୋପଣ ସମୟରେ ମତ ପୋଷଣ କରିଥିଲେ । ତାହା ସହ ପ୍ରଜାପତି ବ୍ରହ୍ମକୁମାରୀ ତରଫରୁ ଅସ୍ତରଙ୍ଗ ଅଞ୍ଚଳ ର ବିଶିଷ୍ଟ ପରିବେଶବିତ ମାନଙ୍କୁ ମାନପତ୍ର ସହ ଉତ୍ତରୀୟ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।