ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 73 ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ଅଧ୍ୟକ୍ଷା ସଂଯୁକ୍ତା ଡ.ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ବନ କର୍ମଚାରୀ ଅନୁପ କୁମାର ବାନାର୍ଜୀ ଏବଂ ସମ୍ମାନୀତ ଅତିଥି ରୂପେ ରୋଟାରୀ କ୍ଲବ୍ ସଭାପତି ତଥା ଆଇଟିଆଇ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର ଯୋଗ ଦେଇ ଛାତ୍ରୀ ମାନଙ୍କୁ ବୃକ୍ଷରୋପଣ ଦିଗରେ ଉତ୍ସାହିତ କରିଥିଲେ I କାର୍ଯ୍ୟକ୍ରମକୁ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ ର ରେଞ୍ଜର୍ ଲିଡର୍ ଗୀତାଶ୍ରୀ ସାମନ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରିଣୀ ତଥା ଓଡ଼ିଆ ଅଧ୍ୟାପିକା ଗୀତାଞ୍ଜଳି ଗୁରୁ ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ଗ୍ରନ୍ଥାଗାରିଣୀ ସଙ୍ଗୀତା ବିନ୍ଧାଣିରା,ରସାୟନ ବିଜ୍ଞାନ ଅଧ୍ୟାପକ ସୁଶାନ୍ତ କୁମାର ମହାପାତ୍ର ,ଗଣମାଧ୍ୟମ ପ୍ରତିନିଧି ତଥା ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ସମ୍ପାଦକ ସୁଶାନ୍ତ ବେହେରା ଯୋଗ ଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ I ଛାତ୍ରୀ ଆଶାରାଣୀ ଗୌଡ଼, ତୁଳସୀ ଗୌଡ଼,ରିତାଞ୍ଜଳି ନାୟକ ଏବଂ ଲକ୍ଷ୍ମୀ ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ