ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆସନ୍ତା ଦଶ ତାରିଖ ରବିବାର ଦିନ ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ପରିସରରେ ଆମ ପୋଲିସ୍ ସମିତି ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି I ଏହି ଅବସରରେ ଆଜି ଥାନା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ, ସୁଧୀର ରଞ୍ଜନ ଦିଗାଲ, ସୁକାନ୍ତ ପ୍ରଧାନ, ଉମା ପ୍ରଧାନ, ଏଏସ୍ଆଇ ସୁଷମା ବେହେରା, ରବୀନ୍ଦ୍ର ବେହେରାଙ୍କ ସମେତ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ପଞ୍ଚାୟତର ପ୍ରତିନିଧି ମାନେ ଉପସ୍ଥିତ ରହି ରକ୍ତଦାନ ଶିବିରର ସୁପରିଚାଳନା ଉପରେ ଆଲୋଚନା କରିଥିଲେ I ଏହି ଅବସରରେ ଥାନା କର୍ତ୍ତୃପକ୍ଷ ରକ୍ତଦାନ ଶିବିର ବହୁ ସଂଖ୍ୟାରେ ଯୋଗ ଦେଇ ରକ୍ତଦାନ କରିବାକୁ ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ I