ଭାବରଡା-ଖୁମ୍ବୁଳା-ଗୋଛାବାଡି ରାସ୍ତାର ଭିତ୍ତପ୍ରସ୍ତର ସ୍ଥାପନ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୋଲସରା ବ୍ଲକ ଅନ୍ତର୍ଗତ ଭାବରଡା- ଗୋଛାବାଡି ଭାୟା ବୋରସିଙ୍ଗି, ଖୁମ୍ବୁଳା ରାସ୍ତାର ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଧନେଇ ଡାକବଙ୍ଗଳା ନିକଟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଆନୁକୁଲ୍ୟରେ ଭାବରଡା ଠାରୁ ଗୋଛାବାଡି ଭାୟା ବୋରସିଙ୍ଗି, ଖୁମ୍ବୁଳା ରାସ୍ତାର ଉନ୍ନତିକରଣ କରାଯିବ । ଏହା ଦ୍ବାରା ଭାବରଡା, ବୋରସିଙ୍ଗି, ଖୁମ୍ବୁଳା ଓ ଗୋଛାବାଡି ଗ୍ରାମ ମଧ୍ୟରେ ଗମନା ଗମନ ସଂଯୋଗ ହୋଇପାରିବ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ସ୍ୱାଇଁ, ଯନ୍ତ୍ରୀ ସଞ୍ଜୟ ଶଙ୍କର ଟୁଡୁ, ବ୍ଲକ୍ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ମେମ୍ବର ଝୁନୁ ଦାସ, ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ,ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଗୋଛାବାଡି ସମିତି ସଭ୍ୟା ସୁକାନ୍ତି ଶବର, ସରପଞ୍ଚ ରଘୁନାଥ ଭୂୟାଁ, ମନୋଜ କୁମାର ପରିଡ଼ା, ରାଜେନ୍ଦ୍ର କୁମାର ପ୍ରଧାନ, ମନମୋହନ ଗୌଡ଼, ସୁଶିତ କୁମାର ସାହୁ, ପିତବାସ ପ୍ରଧାନଙ୍କ ସମେତ ପୋଲସରା ବ୍ଲକର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ସଂଗଠକ ମାନେ ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ