ଶ୍ରୀ ଦଧିବାମନ ସ୍ୱାମୀଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ପବିତ୍ର ଭୂମି ମଥୁରା ଗ୍ରାମରେ ଶ୍ରୀ ଦଧିବାମନ ସ୍ୱାମୀ ମନ୍ଦିର ନିର୍ମାଣ ପାଇଁ ଜୁଲାଇ ୦୮ ତାରିଖ ଦିନ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ, ନିଯୁକ୍ତି ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମହୋଦୟଙ୍କ ଦ୍ଵାରା ଭୂମି ପୂଜନ ହୋଇଯାଇଛି । ମୁସଲମାନ ଙ୍କ ଦ୍ଵାରା ପୁରୀ ଶ୍ରୀମନ୍ଦିର ଉପରେ ଆକ୍ରମଣ ସମୟରେ ଗଜପତି ମହାରାଜାଙ୍କ ଅନୁରୋଧ କ୍ରମେ ଆଠଗଡ଼ ରାଜା ମଥୁରାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅବସ୍ଥାପିତ କରିଥିଲେ । ଦୀର୍ଘ ବର୍ଷ ଧରି ପ୍ରଭୁ ଜଗନ୍ନାଥ ଭାଇ ଓ ଭଉଣୀ ସହ ମଥୁରା ଗ୍ରାମର, ବର୍ତ୍ତମାନର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରରେ ପୂଜା ପାଉଥିଲେ । ସେହି ପବିତ୍ର ମଥୁରା ଗ୍ରାମ ମାଟିରେ ବହୁବର୍ଷରୁ ଶ୍ରୀ ଦଧିବାମନ ସ୍ୱାମୀ ପୂଜା ପାଇ ଆସୁଥିଲେ । ଶ୍ରୀ ଦଧିବାମନ ସ୍ୱାମୀଙ୍କ ମନ୍ଦିର ଭାଙ୍ଗିଯିବା ପରେ ଏକ ଚାଳଛପର ଘରେ ଠାକୁର ପୂଜା ପାଇ ଆସୁଥିଲେ । ଏପରି କି ଶ୍ରୀ ଦଧିବାମାନ ସ୍ୱାମୀଙ୍କ ରଥଯାତ୍ରା ମଧ୍ୟ ବନ୍ଦ ହୋଇଯାଇଥିଲା। ଚଳିତ ବର୍ଷ ମଥୁରା ଗ୍ରାମର ଯୁବ ସମାଜ ଠାକୁରଙ୍କ ରଥଯାତ୍ରା କରିବା ସହ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମହୋଦୟଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ମଥୁରା ଯୁବ ସମାଜ ସମେତ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ମନ୍ତ୍ରୀ ଶ୍ରୀ ସାହୁଙ୍କ ସହଯୋଗରେ ଶ୍ରୀ ଦଧିବାମନ ସ୍ୱାମୀଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା । ପ୍ରତିଶୃତି ପ୍ରକାରେ ଶୁକ୍ରବାର ଦିନ ମଥୁରା ଗ୍ରାମରେ ଶ୍ରୀ ଦଧିବାମନ ସ୍ୱାମୀଙ୍କ ମନ୍ଦିର ନିର୍ମାଣ ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଭୂମି ପୂଜନ କରିଥିଲେ । କାର୍ଯ୍ୟକ୍ରମରେ ଲୋକ ପ୍ରତିନିଧିଙ୍କ ସମେତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ