ମଶାରି ଭିତରେ ପଶି ଯୁବକର ପ୍ରାଣ ନେଲା ଚିତି ସାପ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଆଶାଢମାସ ;ବର୍ଷାପାଣି ଚାରିଆଡ଼େ ପଶିବାରୁ ସାପ ସବୁ ଘର ମୁହାଁ । ମୟୂରଭଞ୍ଜ ଜିଲ୍ଲାର ଯାମଦା ଥାନା ଅନ୍ତର୍ଗତ ଧଳପୁର ଖଇରିପାଳ ଗ୍ରାମର ଡାଙ୍ଗରାସାହିର ରାଜୁ ମୁଣ୍ଡା ଇରା(୨୭) ଗୁରୁବାର ଦିନ ରାତିରେ ଖାଇ ପିଇ ଘର ଭିତରେ ସାରି ଟାଙ୍ଗି ଶୋଇଥିଲା । ରାତି ପ୍ରାୟ ୧୦ ଟା ପାଖାପାଖି ସମୟରେ ହଠାତ୍ କାଳ ସର୍ପ ଚିତି କେଉଁ ବାଟେ ମାରି ଭିତରେ ପଶି ରାଜୁକୁ କାମୁଡି ଥିଲା । ତାକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତକଙ୍କୁ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ