ବିଭିନ୍ନ ସ୍ଥାନ ରେ ବାହୁଡ଼ା ଯାତ୍ରା : ଶ୍ରୀ ଗୁରୁଦେବଙ୍କୁ ପୋଡ଼ପିଠା ଭୋଗ 

ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ର ନିମାପଡା, କାକଟପୁର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର ବିଭିନ୍ନ ସ୍ଥାନ ରେ ଅନୁଷ୍ଠିତ ହୋଇଯାଇଛି ବାହୁଡ଼ା ଯାତ୍ରା । କାକଟପୁର ବ୍ଲକ ର ଆନନ୍ଦ ବଜାର, ଅସ୍ତରଙ୍ଗ ବ୍ଲକ ର ବରଡିହି, ମାଣ୍ଡୁକି, ବାନ୍ତିଳୋ, ଗୋପ ବ୍ଲକ ର ନୁଆହାଟ ଅଞ୍ଚଳ ରେ ଠାକୁର ମାନଙ୍କୁ ଗୁଣ୍ଡିଚା ଘରୁ ପହଣ୍ଡି ରେ ଅଣାଯାଇ ରଥାରୂଢ଼ କରାଯିବା ପରେ ଭକ୍ତ ମାନେ ରଥ ଟାଣି ଥିଲେ । ସନ୍ଧ୍ୟା ବେଳକୁ ସମସ୍ତ ରଥ ମନ୍ଦିର ନିକଟରେ ପହଁଚି ଯାଇଥିଲା । ନିମାପଡା ବ୍ଲକ ର ତୁଳସୀପୁର ବ୍ରାହ୍ମଣ ଶାସନ ରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଗ୍ରାମ ରେ ଆଜକୁ ୧୦୦ ବର୍ଷ ରୁ ଉର୍ଦ୍ଧ ହେବ ପାଳିତ ହୋଇ ଆସୁଛି ରଥ ଓ ବାହୁଡ଼ା ଯାତ୍ରା। ଉକ୍ତ ଗ୍ରାମ ଠାରୁ ୩/୪ କିଲୋମିଟର ଦୂର ପ୍ରାଚୀ ନଦୀ କୂଳ ବନ୍ଦେଶ୍ୱର ଗ୍ରାମ ରେ ପୂଜାପାଇ ଆସୁଥିବା ପ୍ରଭୁ ଶ୍ରୀ ଗୁରୁଦେବ ଠାକୁର ଏକ ସୁ ସଜ୍ଜିତ ପାଲିଙ୍କି ରେ ଆସି ଏହି ଗ୍ରାମରେ ରଥାରୂଢ଼ ହୋଇଥାନ୍ତି । ଆଜି ମା କନକ ଦୂର୍ଗା ମନ୍ଦିର ରୁ ପହଣ୍ଡି ରେ ଶ୍ରୀ ଗୁରୁଦେବ ଙ୍କୁ ରଥାରୂଢ଼ କରିବାପରେ ଡାହୁକ ରଘୁ ବେହେରା ଙ୍କ ବୋଲି, ଘଣ୍ଟ ମୃଦଙ୍ଗ , ହରିବୋଲ ହୁଳହୁଳି ଶବ୍ଦରେ ରଥ ଗଡିଥିଲା ଗାଁ ଦାଣ୍ଡ ରେ। ଠାକୁର ଘର ଘର ଭୋଗ ଖାଇ ଶେଷରେ ପହଞ୍ଚିଥିଲେ ଗାଁ ଶେଷ ମୁଣ୍ତରେ । ରଥଯାତ୍ରା ପାଇଁ ତୁଳସୀପୁର ବ୍ରାହ୍ମଣ ଶାସନ ପାଲଟି ଯାଇଛି ଦ୍ୱିତୀୟ ଶ୍ରୀ କ୍ଷେତ୍ର। ଗାଁ ଟି ଉତ୍ସବ ମୁଖର ହୋଇ ପଡ଼ିଥିଲା । ପୂଜକ ଭାବେ ଶ୍ରୀ ଧର ପାଣି ଠାକୁର ନିକଟରେ ରଥ ଉପରେ ଭୋଗ ଲାଗି କରିଥିଲେ । ମାଉସୀ ମା ଘର ଭାବେ ପରିଚିତ ଲଳିତ କୁମାର ଶତପଥୀ ଙ୍କ ପରିବାର ପକ୍ଷରୁ ଠାକୁର ଙ୍କୁ ପାରମ୍ପରିକ ପ୍ରଥାନୁସାରେ ପୋଡ଼ ପିଠା ଭୋଗ ଲାଗି କରାଯାଇଥିଲା । ବାହୁଡା ଯାତ୍ରା ପାଇଁ ତୁଳସୀପୁର ଗ୍ରାମ ଉତ୍ସବ ମୁଖର ହୋଇ ପଡ଼ିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ