ରିଟେଲର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସର୍ବ ଭାରତୀୟ ଡିଲରର୍ସ୍ ଫେଡେରସନର ନିଷ୍ପତ୍ତି କ୍ରମେ ଓଡିଶା ରିଟଲେର ମହାସଂଘର ନିର୍ଦ୍ଦେଶକ୍ରମେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ବଣ୍ଟନ ବାବଦୀୟ ପାରିଶ୍ରମିକ ଅର୍ଥ , ଇ-ପୋସ ମେସିନର ବ୍ୟବହାରିକ ଖର୍ଚ୍ଚ ବକେୟା ଅର୍ଥ , କରୋନା ସମୟରେ ମଧ୍ୟାହ୍ନ ଭୋଜନ ବଣ୍ଟନ ପାରିଶ୍ରମିକ ଅର୍ଥ ଓ ଆକସ୍ମିକ ମୃତ୍ୟୁବରଣ କରିଥିବା ପରିବାରକୁ ପୁନଃ ନିଯୁକ୍ତି ଏବଂ ବକେୟା ଅର୍ଥ ପ୍ରଦାନ କରିବା , ଗୋଟିଏ ଦେଶ, ଗୋଟିଏ ରେସନ ଏବଂ ଗୋଟିଏ ନିୟମ କାନୁନ୍ ଖାଦ୍ୟ ଯୋଗାଣ ବିଭାଗ ଦ୍ୱାରା ପ୍ରଣୟନ କରିବା, ଚାଉଳ ଓ ଗହମ ଏକ କ୍ୱିଣ୍ଟାଲ ପ୍ରତି ୧କେ.ଜି ସଟେଜ୍ ଏବଂ ଶହେ ଲିଟର କିରୋସିନି ପ୍ରତି ୧ଲିଟର ଲିକେଜ୍ ପ୍ରଦାନ କରିବା ଏବଂ ଏକକାଳୀନ ଖୁଚୁରା ବିକ୍ରୟ କେନ୍ଦ୍ରକୁ ଖାଦ୍ୟ ସାମଗ୍ରୀ ପ୍ରେରଣ କରିବା ପ୍ରମୁଖ ଦାବୀ ନେଇ ସୋମବାର ଗଂଜାମ ଜିଲ୍ଲା ରିଟେଲର ସଂଘ ପକ୍ଷରୁ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତି ଦାବୀ ପତ୍ର ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ )ପ୍ରିୟ ରଞ୍ଜନ ପୃଷ୍ଟି ଙ୍କୁ ପ୍ରଦାନ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଜିଲ୍ଲା ସଭାପତି ଈଶ୍ୱର ମହାନ୍ତି , ସମ୍ପାଦକ ପ୍ରଦୀପ୍ତ କୁମାର ପଟ୍ଟନାୟକ ଉପସଭାପତି ଏସ.ତ୍ରିନାଥ ରେଡ୍ଡୀ ଓ ନିରଂଜନ ପଲାଇ, ରାଜେନ୍ଦ୍ର କୁମାର, ରବୀନ୍ଦ୍ର ନାଥ ସେଠି, ପି. ଜଗଦିଶ ପାତ୍ର, ପ୍ରକାଶ ଚନ୍ଦ୍ର ପାତ୍ର, କେ. ମଧୁ ସୂଦନ, ଆର. ହରିବାବୁ, ସନ୍ତୋଷ କୁମାର ଗୌଡ଼, ଆର. ହରିବାବୁ, ଅରକ୍ଷିତ ପ୍ରଧାନ, ସନ୍ଦୀପ କୁମାର ଭୁତ, କେ. ନାରସୁମୁଲ ମୂର୍ତ୍ତି, କାଳୁ ଚରଣ ବେହେରା, ପିତବାସ ପଟ୍ଟନାୟକ, ଭାସ୍କର ସାହୁ ଙ୍କ ସମେତ ଜିଲ୍ଲାର ସମସ୍ତ  ଏସନଏସି, ହିଞ୍ଜିଳି ମୁନିସିପାଲିଟି ଓ ବ୍ରହ୍ମପୁର ମହାନଗର ନିଗମ ର ରିଟେଲର ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭ ରେ ଜିଲ୍ଲାସଭାପତି ଈଶ୍ୱର ମହାନ୍ତି ଙ୍କ ନେତୃତ୍ୱରେ ସଂଘର ଶତାଧିକ ସଦସ୍ୟ ମାନେ ବିଭିନ୍ନ ଦାବୀ ନେଇ ସ୍ଥାନୀୟ ଡିଆରଡିଏ ଛକ ଠାରୁ ଏକ  ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ