ରକ୍ତ ଜୁଡୁବୁଡୁ ମହିଳାଙ୍କୁ ଉଦ୍ଧାର : ହତ୍ୟା ସନ୍ଦେହ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ରବିବାର ରାତି ପ୍ରାୟ ସାଢେ଼ ୧୦ଟାରେ ହିଞ୍ଜିଳି ଥାନା ଶରଧାପୁର ଗ୍ରାମର ଏକ ବାସଗୃହରୁ ରକ୍ତ ଜୁଡୁବୁଡୁ ହୋଇଥିବା ଜଣେ ମହିଳାଙ୍କୁ ମୂମୂର୍ଷୁ ଅବସ୍ଥାରେ ପଡୋଶୀ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ସଙ୍କଟାପନ୍ନ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଶରଧାପୁର ଗ୍ରାମର ପ୍ରଦୀପ ସାହୁଙ୍କ ସ୍ତ୍ରୀ ଲିଲି ସାହୁ (୩୦) । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୩୫୦/୨୨ ରେ ପୋଲିସ ଏକ ମାମଲା ରୁଜୁ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ଛାନଭିନ ଚଳାଇଛି । ଏହି ସ୍ପର୍ଶକତାର ଘଟଣାର ଗମ୍ଭୀରତାକୁ ନେଇ ସୋମବାର ସାଇଣ୍ଟଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ ସହ ତଦନ୍ତ କରି ଫେରିଛନ୍ତି । ପ୍ରକାଶ ଯେ, ହିଞ୍ଜିଳି ଥାନା ଶରଧାପୁର ଗ୍ରାମର ଲିଲି ରବିବାର ରାତିରେ ରକ୍ତାକ୍ତ ଅବସ୍ଥାରେ ଘର ଭିତରେ ସଂଜ୍ଞାହୀନ ହୋଇ ପଡିଥିଲେ । ପଡୋଶୀ ଘରର ଜୈନିକା ମହିଳା ଲିଲିଙ୍କ ଘରକୁ କୈାଣସି କାମରେ ଯାଇ ତାଙ୍କୁ ଡାକ ପକାଇଥିଲେ । କିନ୍ତୁ ଘର ଭିତରୁ କୈଣସି ଉତ୍ତର ନମିଳିବାରୁ ମହିଳା ଜଣଙ୍କ ଝରକା ଖୋଲି ଦେଖିବା ବେଳେ ଲିଲି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିଥିଲେ । ପରେ ତୁରନ୍ତ ଜୈନିକ ପଡୋଶୀ ସମ୍ପର୍କୀୟ ଲିଲିଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ସମୟରେ ସଙ୍କଟାପନ୍ନ ଥିବା ମହିଳାଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ହିଞ୍ଜିଳି ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ଲିଲିଙ୍କ ମୃତଦେହକୁ ଜବତ କରିଥିଲା । ମୃତ ଲିଲିଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରି ମୃତକଙ୍କ ଭାଇ ଶିବ ପୃଷ୍ଟି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ସୋମବାର ସକାଳେ ଆସିକା ଏସଡିପିଓ ଉମାଶଙ୍କର ସିଂ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ, ସାଇଣ୍ଟଫିକ ଟିମ୍ ଓ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ମହିଳାଙ୍କ ମୃତ୍ୟୁ କିପରି ଘଟିଲା ନା ମହିଳା ଜଣଙ୍କ ଘରେ ଏକାକୀ ଥିବା ଜାଣିପାରି ପୂର୍ବ ଶତ୍ରୁତା କିମ୍ବା ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ତାଙ୍କୁ କେହି ହତ୍ୟା କରିଛି ତାହା ସନ୍ଦେହ ଘେରରେ ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି ଦାସ କହିଛନ୍ତି ।ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ଗ୍ରାମରେ ଆଲୋଚନା ଜୋର ଧରିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ